fbpx

ସ୍ୱାମୀ ଓ ଭଣଜା ରେପ୍ କରିଛନ୍ତି, ସଙ୍ଗୀନ ଅଭିଯୋଗ ଆଣିଲେ ମହିଳା

‘ମୋ ସ୍ୱାମୀ ଓ ଭଣଜା ମୋ ସହ ଦୁଷ୍କର୍ମ କରିଛନ୍ତି’… ‘ସେମାନେ ମୋର ଅବୋର୍ସନ ମଧ୍ୟ କରାଇଛନ୍ତି’… । ନିଜ ସ୍ୱାମୀ ଏବଂ ଭଣଜା ବିରୋଧରେ ଏଭଳି କିଛି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଜଣେ ମହିଳା ।

ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନୟାପଲ୍ଲୀ ଥାନା ଅଞ୍ଚଳରେ । ପୀଡ଼ିତା ମହିଳା ଜଣକ ତାଙ୍କ ସ୍ୱମାୀ ଏବଂ ଭଣଜା ବିରୋଧରେ ଏଭଳି ଅଭିଯୋଗ ଆଣିଛନ୍ତି । ପିଡୀତା ଅଭିଯୋଗ କରିଛନ୍ତି ତାଙ୍କ ସ୍ୱାମୀ ଚାକିରି ଦେବା ନାଁରେ ଧର୍ଷଣ କରିଥିଲେ ଏହାପରେ ତାଙ୍କୁ ଛାଡ଼ିଦେଇଥିଲେ ଏମତିକି ତାଙ୍କର ଗର୍ଭପାତ କରାଇଥିଲେ । ସେ ଆହୁରି ଅଭିଯୋଗ କରିଛନ୍ତି ଯେ ଭଣଜା ବେଣୁ ପ୍ରଧାନକୁ ତାଙ୍କୁ ବୁଝାଇବାକୁ ପଠାଇଥିଲେ ହେଲେ ସେ ମଧ୍ୟ ତାଙ୍କୁ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ କରିଛନ୍ତି ପୀଡିତା ।

ତେବେ ଏନେଇ ଥାନାରେ ମାମଲା ରୁଜୁ ହୋଇଥିଲେ ମଧ୍ୟ ପୋଲିସ କାର୍ଯ୍ୟାନୁଷ୍ଠାନ ନେଉନଥିବା ଅଭିଯୋଗ କରିଛନ୍ତି ପୀଡ଼ିତା । ସେପଟେ କେସ୍ ରଫାଦଫା କରିବା ନହେଲେ ତାଙ୍କୁ ଜୀବନର ମରିଦେବାକୁ ଧମକ ଦେଉଥିବା ନେଇ ଅଭିଯୋଗ କରିଛନ୍ତି ମହିଳା ।

Get real time updates directly on you device, subscribe now.