fbpx
BSKY SKY
BSKY SKY

ସମାଜବାଦୀ ପାର୍ଟିରୁ ଇସ୍ତଫା ଦେଲେ ସ୍ୱାମୀ ପ୍ରସାଦ ମୌର୍ଯ୍ୟ: ବିଧାୟକ ପଦ ବି ଛାଡ଼ିଲେ

BSKY

ନୂଆଦିଲ୍ଲୀ: ଆଗକୁ ଲୋକସଭା ନିର୍ବାଚନ ଆସୁଥିବା ବେଳେ ଏହା ମଧ୍ୟରେ ରାଜନୈତିକ କ୍ଷେତ୍ରରୁ ଆସିଛି ଏକ ବଡ଼ ଖବର । ସମାଜବାଦୀ ପାର୍ଟି (ସପା)ରୁ ଇସ୍ତଫା ଦେଇଛନ୍ତି ସ୍ୱାମୀ ପ୍ରସାଦ ମୌର୍ଯ୍ୟ । କିଛିଦିନ ତଳେ ସ୍ୱାମୀ ଦଳର ମହାସଚିବ ପଦ ଛାଡ଼ିଥିବା ବେଳେ ଏବେ ଦଳର ପ୍ରାଥମିକ ସଦସ୍ୟତା ଛାଡ଼ିଛନ୍ତି । ଏନେଇ ସ୍ୱାମୀ ନିଜର ଇସ୍ତଫା ପତ୍ର ସପା ସୁପ୍ରିମୋ ଅଖିଳେଶ ଯାଦବଙ୍କ ନିକଟକୁ ପଠାଇ ଦେଇଛନ୍ତି । ସ୍ୱାମୀ ସପା ଛାଡ଼ିବା ସହିତ ଉତ୍ତରପ୍ରଦେଶ ବିଧାନ ପରିଷଦର ସଦସ୍ୟ ପଦରୁ ମଧ୍ୟ ଇସ୍ତଫା ଦେଇଥିବା ଜଣାପଡ଼ିଛି ।

ତେବେ ସ୍ୱାମୀ ସପାର ହାତ ଛାଡ଼ିବା ପରେ ଏବେ ଉତ୍ତରପ୍ରଦେଶରେ ଅଖିଳେଶଙ୍କୁ ଲାଗିଛି ଏକ ବଡ଼ ଝଟକା । ଅଖିଳେଶଙ୍କ ନେତୃତ୍ୱରେ ସପାରେ କାର୍ଯ୍ୟ କରିବା ତାଙ୍କ ପାଇଁ ଅତ୍ୟନ୍ତ ସୌହାର୍ଦ୍ଦ୍ୟପୂର୍ଣ୍ଣ ଥିଲା । ଅଖିଳେଶଙ୍କ ସହିତ ତାଙ୍କର ବିଚାରଗତ ମତଭେଦ ଥାଇପାରେ ମାତ୍ର ମନଭେଦ ନଥିବା ସ୍ୱାମୀ କହିଛନ୍ତି । ଆଗକୁ ସେ କେଉଁ ଦଳରେ ସାମିଲ ହେବେ ସେନେଇ ସେ ଆସନ୍ତା ୨୨ ତାରିଖ ଦିନ ନିଷ୍ପତ୍ତି ନେବେ ବୋଲି ସ୍ୱାମୀ କହିଛନ୍ତି । ଅନ୍ୟପକ୍ଷରେ ନିର୍ବାଚନ ପୂର୍ବରୁ ନେତାମାନେ ନିଜ ନିଜର ଫାଇଦା ପାଇଁ ଦଳ ପରିବର୍ତ୍ତନ କରୁଥିବା ଅଖିଳେଶ କହିଛନ୍ତି ।

Get real time updates directly on you device, subscribe now.