fbpx

ଖୁସି ଖବର: ବାହାଘର ସିଜନରେ ଖସିଲା ସୁନା ଦର, ଆଜି ହିଁ ଉଠାନ୍ତୁ ଫାଇଦା

ଓଡ଼ିଶା ଭାସ୍କର: ବର୍ତ୍ତମାନ ଦେଶରେ ଜାରି ରହିଛି ବାହାଘର ସିଜନ। ଫଳରେ ବଜାରରେ ସୁନା ଦର କ୍ରମାଗତ ବୃଦ୍ଧି ପାଉଥିବା ବେଳେ ଆଜି ସସ୍ତାହର ଦ୍ୱିତୀୟ ଦିନରେ ଏଥିରେ ହ୍ରାସ ଘଟିଛି। ତେବେ ଏଭଳି ପରିସ୍ଥିତିରେ ସୁନା କିଣିବାରେ ମନ ରଖିଥିବା ଗ୍ରାହକ ଆଜି ହିଁ ଏହାର ଫାଇଦା ଉଠାନ୍ତୁ। ତେବେ ଗତକାଲି ଅପେକ୍ଷା ଆଜି ସୁନା ଦରରେ ଅଧିକ ହ୍ରାସ ଘଟିଛି। ଆସନ୍ତୁ ନଜର ପକାଇବା କେଉଁ ସହରରେ ସୁନା ରେଟ୍ କେତେ ରହିଛି।

ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୫୬,୮୧୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୬୨,୦୨୦ ଟଙ୍କା ରହିଛି । ସେହିପରି, ଦେଶର ରାଜଧାନୀ ଦିଲ୍ଲୀରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପିଛା ୫୭,୫୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟର ଦାମ୍ ୬୨,୭୧୦ ଟଙ୍କା ରହିଛି । ୨୨ ଓ ୨୪ କ୍ୟାରେଟରେ ୧୦୦ ଓ ୧୧୦ ଟଙ୍କା ହ୍ରାସ ପାଇଛି। ଅନ୍ୟପଟେ ଓଡ଼ିଶାର ଟ୍ୱିନସିଟି ଭୁବନେଶ୍ୱର ଏବଂ କଟକରେ ମଧ୍ୟ ସୁନା-ରୂପା ଦର ହ୍ରାସ ପାଇଛି। ଭୁବନେଶ୍ୱରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପିଛା ୫୭,୩୫୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟର ଦାମ୍ ୬୨,୫୬୦ ଟଙ୍କା ରହିଛି। ଏବଂ ୧୮ କ୍ୟାରେଟ୍ ର ଦାମ୍ ୪୬,୯୨୦ ଟଙ୍କା ରହିଛି। ସେହିପରି, ମାୟାନଗରୀ ମୁମ୍ବାଇରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପିଛା ୫୭,୩୫୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟର ଦାମ୍ ୬୨,୫୬୦ ଟଙ୍କା ରହିଛି । ୨୨ କ୍ୟାରେଟରେ ୧୦୦ ଟଙ୍କା କମିଥିବା ବେଳେ ୨୪ କ୍ୟାରେଟରେ ୧୧୦ ଟଙ୍କା ହ୍ରାସ ପାଇଛି। ସେହିପରି, ରୂପା କେଜି ପିଛା ୫୦୦ ଟଙ୍କା ଖସି ୭୫,୫୦୦ ଟଙ୍କା ରହିଛି।

ସୂଚନା ଯୋଗ୍ୟ, ସୁନାର ଶୁଦ୍ଧତା ଯାଞ୍ଚ କରିବାପାଇଁ ସରକାର ଏକ ଆପ ଉପସ୍ଥାପନ କରିଛନ୍ତି। ଗ୍ରାହକମାନେ ‘ବିଏସ କେୟାର ଆପ’ ମାଧ୍ୟମରେ ସୁନାର ଶୁଦ୍ଧତା ଯାଞ୍ଚ କରିପାରିବେ। ଏହା ସହ ଗ୍ରାହକମାନେ ଘରେ ବସି ସୁନା ମୂଲ୍ୟ ମଧ୍ୟ ସହଜରେ ଜାଣିପାରିବେ। ଏଥିପାଇଁ କେବଳ ୮୯୫୫୬୬୪୪୩୩ ନମ୍ବରରେ ଏକ ମିସ କଲ ଦେବାକୁ ପଡିବ ଏବଂ ୟୁଜରଙ୍କ ଫୋନରେ ଏକ ମେସେଜ ଆସିବ, ଯେଉଁଥିରେ ସର୍ବଶେଷ ମୂଲ୍ୟ ଯାଞ୍ଚ କରିହେବ।

Get real time updates directly on you device, subscribe now.