fbpx

ବିଜ୍ଞପ୍ତି ପ୍ରକାଶ କଲେ ରାଜ୍ୟ ସରକାର: ଡାଟା ଏଣ୍ଟ୍ରି ଅପରେଟର, ଆକାଉଣ୍ଟାଣ୍ଟ, ଯୋଗ ଶିକ୍ଷକ, ରୋଷେୟା ପଦ ଖାଲି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ସମସ୍ତ ସରକାରୀ ଚାକିରି ଆଶାୟୀଙ୍କ ପାଇଁ ଆସିଛି ଏକ ଖୁସି ଖବର । ଅଫିସ୍ ଇନଚାର୍ଜ (ସୁପରିଟେଣ୍ଡେଣ୍ଟ, ହାଉସ ମଦର, ପାରାମେଡିକାଲ ଷ୍ଟାଫ, ଷ୍ଟୋର କିପର-କମ-ଆକାଉଣ୍ଟାଣ୍ଟ, ଆର୍ଟ ଆଣ୍ଡ କ୍ରାଫ୍ଟ-କମ ମ୍ୟୁଜିକ ଟିଚର, ପିଇଟି ଇନଷ୍ଟ୍ରକଚର-କମ-ଯୋଗ ଶିକ୍ଷକ, ରୋଷେୟା, ହେଲପର-କମ-ନାଇଟ ୱାଚମ୍ୟାନ, ହାଉସ କିପର, ଡାଟା ଏଣ୍ଟ୍ରି ଅପରେଟ ଆଦି ପଦ ପୂରଣ ହେବ ।

ସମସ୍ତ ପଦ ପାଇଁ ବେତନ ଓ ଶିକ୍ଷାଗତ ଯୋଗ୍ୟତା ଅଲଗା ଅଲଗା ରହିଥିବା ବେଳେ ଚଳିତ ବର୍ଷ ଜାନୁଆରୀ ମାସ ପହିଲା ସୁଦ୍ଧା ପ୍ରାର୍ଥୀଙ୍କର ବୟସ ୨୫ରୁ ୩୮ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ । ଅଧିକାଂଶ ପଦରେ ମହିଳା ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯିବ । ଚୁକ୍ତିଭିତ୍ତିକ ଭାବେ ପ୍ରାର୍ଥୀଙ୍କୁ ୧୦ ପ୍ରକାର ପଦରେ ନିଯୁକ୍ତି ଦିଆଯିବ । ଆସନ୍ତା ୨୫ ତାରିଖ ସୁଦ୍ଧା ପ୍ରାର୍ଥୀଙ୍କୁ ସ୍ପିଡ ପୋଷ୍ଟ / ରେଜିଷ୍ଟର୍ଡ ପୋଷ୍ଟ ମାଧ୍ୟମରେ ଶିକ୍ଷାଗତ ଯୋଗ୍ୟତାର ପ୍ରମାଣପତ୍ର, ଅଭିଜ୍ଞତା ପ୍ରମାଣପତ୍ର, ମାର୍କଶିଟ୍ ଆଦି ପଠାଇବାକୁ ପଡ଼ିବ । ଏହି ପଦରେ ନିଯୁକ୍ତି ପାଇବାକୁ ହେଲେ ପ୍ରାର୍ଥୀଙ୍କୁ କିଛି ସର୍ତ୍ତ ମାନିବାକୁ ପଡ଼ିବ । ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ପ୍ରାର୍ଥୀମାନେ ସବିଶେଷ ତଥ୍ୟ ପାଇ ପାରିବେ ।

ନୋଟିଫିକେସନ ଲିଙ୍କ: https://cdn.s3waas.gov.in/s3605ff764c617d3cd28dbbdd72be8f9a2/uploads/2024/02/2024021513.pdf

Get real time updates directly on you device, subscribe now.