fbpx

ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ଓଡ଼ିଶାର ୩ ରାଜ୍ୟସଭା ପ୍ରାର୍ଥୀ

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ୩ ରାଜ୍ୟସଭା ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ । ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ଓଡ଼ିଶାର ୩ ରାଜ୍ୟସଭା ପ୍ରାର୍ଥୀ । ଦେବାଶିଷ ସାମନ୍ତରାୟ, ଶୁଭାଶିଷ ଖୁଣ୍ଟିଆ ଓ ଅଶ୍ୱିନୀ ବୈଷ୍ଣବ ନିର୍ବାଚିତ । ପ୍ରତିଦ୍ବନ୍ଦ୍ବୀ ନ ଥିବାରୁ ଆଉ ଭୋଟ୍‌ ଗ୍ରହଣର ଆବଶ୍ୟକତା ପଡ଼ି ନାହିଁ ।

ଏନେଇ ଘୋଷଣା କରିଛନ୍ତି ରିଟର୍ଣ୍ଣିଂ ଅଫିସର୍‌ । ସେମାନେ ଆଜି ବିଧିବଦ୍ଧ ଭାବେ ସାର୍ଟିଫିକେଟ୍‌ ଗ୍ରହଣ କରିଛନ୍ତି । ଆଗକୁ ରାଜ୍ୟସଭା ସଦସ୍ୟ ଭାବେ ସେମାନେ ଶପଥ ନେବେ ବୋଲି ସୂଚନା ମିଳିଛି।

Get real time updates directly on you device, subscribe now.