fbpx

ପାକିସ୍ତାନରୁ ଆସିଥିବା ଲେହେଙ୍ଗା ପିନ୍ଧି ଫଟୋ ପୋଜ୍ ହେଲେ ସ୍ୱରା ଭାସ୍କର, ଆସିଲା ରିସ୍ପେସନ୍ ପର୍ଟିର ନୂଆ ଲୁକ୍ ଫଟୋ

ନୂଆଦିଲ୍ଲୀ: ବିବାହ ଉତ୍ସବକୁ ନେଇ ସ୍ୱରା ଭାସ୍କର ଯେତିକି ଉତ୍ସାହିତ ଅଛନ୍ତି ତାଠାରୁ ଅଧିକ ଖୁସୀ ଅଛନ୍ତି ତାଙ୍କ ଫ୍ୟାନ୍ ଫଲୋର୍ସ । ବିବାହର ବିଭିନ୍ନ ରୀତିନୀତିକୁ ଆଜିକାଲି ହେଡଲାଇନରେ ଅଛନ୍ତି। ଅଭିନେତ୍ରୀଙ୍କ ‘ମେହେନ୍ଦୀ, ହଳଦି, ସଂଗୀତ ସମାରୋହର ଚିତ୍ର ଏବଂ ଭିଡିଓ ସୋସିଆଲ ମିଡିଆରେ ପ୍ରଂଶସା ସାଉଁଥିବା ବେଳେ ନିକଟରେ ତାଙ୍କର ବିଦାୟର ଭିଡିଓ ପ୍ରଶଂସକଙ୍କୁ ଭାବପ୍ରବଣ କରିଥିଲା। କିନ୍ତୁ ବର୍ତ୍ତମାନ ତାଙ୍କ ବିବାହ ରିସେପ୍ସନର ଫଟୋ ଏବଂ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ସ୍ୱରା ଭାସ୍କରଙ୍କ ଲୁକ୍ ଏକଦବ୍ ନିଆରା ଲାଗୁଛି । ଦିଲ୍ଲୀରେ ଅନେକ ଦିନର ଉତ୍ସବ ପରେ ସ୍ୱରା ଭାସ୍କର ଏବଂ ଫହାଦ ଅହମ୍ମଦଙ୍କ ପରିବାର ରବିବାର ଦିନ ଆଉ ଏକ ରିସେପ୍ସନର ପାର୍ଟିର ଆୟୋଜନ କରିଥିଲେ ଯେଉଁଥିରେ ସେମାନଙ୍କ ପରିବାର ଏବଂ ଘନିଷ୍ଠ ବନ୍ଧୁମାନେ ଉପସ୍ଥିତ ଥିଲେ।

 

View this post on Instagram

 

A post shared by Naushad Akhtar (@naushadakhtar__)

ସ୍ୱରା ଇନଷ୍ଟାଗ୍ରାମ ଷ୍ଟୋରୀରେ ପ୍ରଶଂସକଙ୍କ ସହ ବେଜି ଲେହେଙ୍ଗାରେ ତାଙ୍କର ଫଟୋ ସୁଟର ଏକ ଝଲକ ସେୟାର କରିଛନ୍ତି। ଏହା ସହିତ ସେ ଲେଖିଛନ୍ତି, ” @alixeeshantheatrestudio ଏକ ଝଲକ । ଲେହେଙ୍ଗା @alixeeshanempire  ଦ୍ୱାରା ପ୍ରସ୍ତୁତ ଏବଂ ସୀମା ଆରପାର୍ଶ୍ୱରୁ ମୋତେ ପଠାଗଲା! ଏହା ସମ୍ଭବ ହୋଇଥିବାରୁ ତାଙ୍କୁ ଅଶେଷ ଧନ୍ୟବାଦ! ”

efvitn0o

ଏହା ବ୍ୟତୀତ ଅତିଥିମାନଙ୍କ ସହିତ ସ୍ୱରା ଭାସ୍କର ଏବଂ ଫହାଦ ଅହମ୍ମଦଙ୍କ କିଛି ଫଟୋ ମଧ୍ୟ ସାମ୍ନାକୁ ଆସିଛି। ଏହା ବ୍ୟତୀତ ଅଭିନେତ୍ରୀ ସୋସିଆଲ ମିଡିଆରେ ଲୋକପ୍ରିୟ ହୋଇଥିବା ଜୋତା ଲୁଚାଇବାର ରୀତିନୀତି ବିଷୟରେ କିଛି ଚିତ୍ର ସେୟାର କରିଛନ୍ତି।

nknjhk6g

ଆପଣଙ୍କୁ କହିବାକୁ ଗଲେ ଗତ ସପ୍ତାହରେ ଦିଲ୍ଲୀରେ ସ୍ୱରା ଏବଂ ଫାହାଦଙ୍କ ବିବାହ ପାଇଁ ଏକ ରିସେପ୍ସନ୍ ହୋଇଥିଲା ଯେଉଁଥିରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ, ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ, ଏସପି ସଦସ୍ୟ ତଥା ଅଭିନେତ୍ରୀ ଜୟା ବଚ୍ଚନ, କଂଗ୍ରେସ ନେତା ଶଶି ଥରୁର ଏବଂ ଅରବିନ୍ଦ କେଜ୍ରିୱାଲ ମଧ୍ୟ ଯୋଗ ଦେଇଥିଲେ। ।

Get real time updates directly on you device, subscribe now.