fbpx

ଝାମ୍ପି ନେଇ ଜଙ୍ଗଲକୁ ପଳାଇଲା ମହାବଳ, ମିଳିନି ଏଯାଏଁ ବୃଦ୍ଧାଙ୍କ ମୃତଦେହ, ମୃତ୍ୟୁ ସନ୍ଦେହ

ଭୁବନେଶ୍ୱର : ବୃଦ୍ଧାଙ୍କୁ ଝାମ୍ପି ନେଲା ମହାବଳ ବାଘ । ସୁନାବେଡା ଅଭୟାରଣ୍ୟ ଜଳମଡେଇ ଗାଁରେ ଏହି ଅଭାବୀନୟ ଘଟଣା ଘଟିଛି । ଗତକାଲି ସନ୍ଧ୍ୟାରେ ମହାବଳ ବୃଦ୍ଧାଙ୍କୁ ଝାମ୍ପ ନେଇଥିବା ଅଭିଯୋଗ ହୋଇଛି । ଆକ୍ରମଣର ତରିକା ଏବଂ ପାଦ ଚିହ୍ନରୁ ସ୍ପଷ୍ଟ ହୋଇଛି ଯେ ମହାବଳ ବାଘ ହିଁ ବୃଦ୍ଧାଙ୍କୁ ଉଠାଇ ନେଇଥିବା ଜଣାପଡିଛି । ଲୋକଙ୍କ ଭୟରେ ବୃଦ୍ଧାଙ୍କୁ ନେଇ ଜଙ୍ଗଲ ପଳାଇ ଯାଇଥିବା ସ୍ଥାନୀୟଲୋକ କହିଛନ୍ତି । ସ୍ଥାନୀୟ ଅଞ୍ଚଳରେ ଏବେ କୋକୁଆ ଭୟ ଦେଖାଯାଇଛି ।

ବାଘ ଆକ୍ରମଣ ନେଇ ସୁନାବେଡା ରେଞ୍ଜର ସ୍ୱୀକାର କରିଛନ୍ତି । ଗତକାଲି ସନ୍ଧ୍ୟାରେ ଘର ବାଡି ପଟରେ ବୃଦ୍ଧା ଜଣଙ୍କ ଠିଆ ହୋଇଥିବା ବେଳେ ମହାବଳ ତାଙ୍କୁ ଝାମ୍ପି ନେଇଥିଲା । ଏହି ସମୟରେ ବୃଦ୍ଧାଙ୍କ ପାଟି ଶୁଣି ଗ୍ରାମବସୀ ଦୌଡିଆସି ବାଘକୁ ଘଉଡାଇବାକୁ ଚେଷ୍ଟା କରିଥିଲେ । କିଛି ବାଟ ଦୂରରେ ବୃଦ୍ଧାଙ୍କୁ ଛାଡି ବାଘ ପଳାଇଥିଲା । ଗ୍ରାମବାସୀ ସେଠାରେ ପହଞ୍ଚିଲା ବେଳକୁ ବୃଦ୍ଧାଙ୍କର ମୃତ୍ୟୁ ହୋଇସାରିଥିଲା । ମୃତକ ହେଲେ ଜଳମଡେଇ ଗାଁର ସାନମତି ବାରିକ(୬୫)। ଖବରପାଇ ନୂଆପଡ଼ା ବନ ବିଭାଗ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲା। ଘଟଣାପରେ ଗାଁ ଲୋକଙ୍କୁ ସତର୍କ ରହବିକୁ ରେଞ୍ଜର ପରାମର୍ଶ ଦେଇଛନ୍ତି।

ସୂଚନାଯୋଗ୍ୟ, ଜଙ୍ଗଲ ଜଳୁଥିବା ଯୋଗୁଁ ବନ୍ୟ ଜନ୍ତୁ ଆସି ଗାଁରେ ପଶୁଛନ୍ତି । ଜୀବନ ବିକଳରେ ଜଙ୍ଗଲରୁ ବାହାରି ଆସୁଛନ୍ତି, ହେଲେ ଗାଁ ଲୋକଙ୍କ ଜୀବନ ନେଉଛନ୍ତି । କେବଳ ଗାଁ ନୁହେଁ ସହରର ଉପକଣ୍ଠରେ ମଧ୍ୟ ବନ୍ୟ ଜନ୍ତୁ ପ୍ରବେଶ କରୁଥିବା ଦେଖିବାକୁ ମିଳିଛି । ଗତ କିଛି ଦିନ ତଳେ ଖୋର୍ଦ୍ଧା ଉପକଣ୍ଠରେ ହାତୀ ଦେଖିବାକୁ ମିଳିଥିଲା ।

Get real time updates directly on you device, subscribe now.