fbpx

ସବୁଠୁ ମହଙ୍ଗା ମିଠା: ଖଣ୍ଡ ୧୪୦୦ ଓ କିଲୋ ୨୧,୦୦୦ ଟଙ୍କା ରହିଛି ମୁଲ୍ୟ

Advertisement

ଅହମ୍ମଦାବାଦ: ଦିପାବଳୀରେ କେବଳ ବାଣ ଓ ଦୀପ ନୁହେଁ ମିଠାର ଚାହିଦା ମଧ୍ୟ ବହୁତ ବେଶୀ । ଧନୀ ହେଉ ଅବା ଗରିବ ସମସ୍ତେ ଦିପାବଳୀରେ ମିଠା ବେଶ ପସନ୍ଦ କରନ୍ତି । ତେଣୁ ଦିପାବଳୀ ଆସିଲେ ଚଳଚଞ୍ଚଳ ହୋଇଉଠନ୍ତି ମିଠାଦୋକାନୀ । ବର୍ତ୍ତମାନ ସମୟରେ ଲୋକମାନଙ୍କ ମଧ୍ୟରେ ଭିନ୍ନ ଭିନ୍ନ ପ୍ରକାରର ମିଠାର ଚାହିଦା । ତେଣୁ ଏହି ସମୟ ଆସିଲେ ଦୋକାନୀମାନେ ମଧ୍ୟ ଗ୍ରାହକମାନଙ୍କୁ ନୂଆ ପ୍ରକାରର ମିଠା ଭେଟି ଦେବାରେ ହେଳା କରନ୍ତି ନାହିଁ ।

ତେବେ ଚଳିତ ବର୍ଷ ଦିପାବଳୀରେ ଅହମ୍ମଦାବାଦର ଏକ ମିଠାଦୋକାନରେ ବିକ୍ରି ହେଉଛି ‘ସ୍ୱର୍ଣ୍ଣମୁଦ୍ରା’ । ତେବେ ଏହା କୌଣସି ମୁଦ୍ରା ନୁହେଁ ବରଂ ଏକ ମିଠାର ନାଁ । ନାଁକୁ ନେଇ ଏହାର ଦାମ ମଧ୍ୟ ବେଶ ଅଧିକ । ଏହି ମିଠା ଖଣ୍ଡ ପିଛା ୧,୪୦୦ ଟଙ୍କା ଥିବା ବେଳେ କିଲୋ ପିଛା ଏହାର ଦାମ ୨୧,୦୦୦ ଟଙ୍କା ରହିଛି । ତେବେ ଏହା ସବୁଠାରୁ ମହଙ୍ଗା ମିଠା ଭାବରେ ପରିଗଣିତ ହୋଇଛି ।

ଅହମ୍ମଦାବାଦର ଗ୍ୱାଲିଆ SBR ଆଉଟଲେଟ ତିଆରି କରୁଥିବା ଏହି ମିଠାର ବିଶେଷତ୍ୱ ହେଉଛି ଏହାର ବାହ୍ୟ ଆବରଣ ୨୪ କ୍ୟାରେଟ ସୁନା । ଏହା ଛଡ଼ା ଏହି ମିଠାରେ ବାଦାମ, ବ୍ଲୁବେରୀ, ପିସ୍ତା ଏବଂ କ୍ରାନବେରୀ ଆଦିର ବ୍ୟବହାର କରାଯାଇଛି । ତେବେ ଦିପାବଳୀକୁ ଆଖିରେ ରଖି ଏହାକୁ ତିଆରି କରାଯାଇଛି ।

Get real time updates directly on you device, subscribe now.