fbpx

‘ପ୍ରଥମେ ମୁଁ ତାଙ୍କ ପାଇଁ ଲେଡି ସିଂଘମ ଥିଲି, ଏବେ ବିଜେପି ଏଜେଣ୍ଟ’, AAPକୁ ଟାର୍ଗେଟ କଲେ ସ୍ୱାତୀ ମାଲିୱାଲ

ନୂଆଦିଲ୍ଲୀ: ଆପ ର ରାଜ୍ୟସଭା ସଦସ୍ୟ ସ୍ୱାତୀ ମାଲିୱାଲ ସୋମବାର ଦିନ ଅଭିଯୋଗ ଆଣିଛନ୍ତି ଯେ, ଦିଲ୍ଲୀ ସରକାରର ମନ୍ତ୍ରୀମାନେ ତାଙ୍କ ବିଷୟରେ ମିଥ୍ୟା ପ୍ରଚାର କରୁଛନ୍ତି । ସେ ମନ୍ତ୍ରୀମାନଙ୍କୁ କୋର୍ଟ ନେଇଯିବାର ଧମକ ଦେଇଛନ୍ତି ।

ଆପ ନେତାମାନେ ମାଲିୱାଲଙ୍କ ଉପରେ ଅଭିଯୋଗ ଆଣିଥିଲେ ଯେ, ସ୍ୱାତୀ ମାଲିୱାଲ ବିଜେପି ଈସାରାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପିଏ ବିଭବ କୁମାରଙ୍କ ବିରୋଧରେ ଆକ୍ରମଣର ଅଭିଯୋଗ କରିଛନ୍ତି, କାରଣ ତାଙ୍କ ବିରୋଧରେ ଦୁର୍ନୀତିର ମାମଲା ରୁଜ୍ଜୁ କରାଯାଇଛି । ବର୍ତ୍ତମାନ ମାଲିୱାଲ ଏକ୍ସରେ ଏକ ପୋଷ୍ଟରେ ‘ଆପ’ ନେତାମାନଙ୍କର ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ।

ସେ ଏକ୍ସରେ ଲେଖିଛନ୍ତି, କାଲିଠାରୁ ଦିଲ୍ଲୀର ମନ୍ତ୍ରୀ ମିଥ୍ୟା ପ୍ରଚାର କରୁଛନ୍ତି ଯେ, ମୋ ବିରୋଧରେ ଏକ ଦୁର୍ନୀତି ଅଭିଯୋଗ ହୋଇଛି, ତେଣୁ ବିଜେପି ଇସାରାରେ ମୁଁ ଏହି ସବୁ ଜିନିଷ କରିଛି । ଏହି ଏଫଆଇଆର ଆଠ ବର୍ଷ ପୂର୍ବରୁ ୨୦୧୬ରେ ଦାଖଲ କରାଯାଇଥିଲା । ଯାହା ପରେ ମୋତେ ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳ ଦୁଇଥର ମହିଳା ଆୟୋଗର ଚେୟାରମ୍ୟାନ ଭାବରେ ନିଯୁକ୍ତ କରିଥିଲେ । ଏହି ମାମଲା ସଂପୂର୍ଣ୍ଣ ମିଥ୍ୟା ଯେଉଁଥିରେ ମାନ୍ୟବର ହାଇକୋର୍ଟ ଏହାକୁ ୧.୫ ବର୍ଷ ଧରି ରଖିଛନ୍ତି ଏବଂ କୌଣସି ଟଙ୍କା କାରବାର ହୋଇ ନାହିଁ ବୋଲି ସ୍ୱୀକାର କରିଛନ୍ତି ।

ମାଲିୱାଲ ଆଗକୁ ଲେଖିଛନ୍ତି ଯେ, ବିଭବ କୁମାରଙ୍କ ବିରୋଧରେ ଅଭିଯୋଗ କରିବା ପୂର୍ବରୁ ମୁଁ ତାଙ୍କ ହିସାବରେ ଲେଡି ସିଂଘମ ଥିଲି, ଆଉ ଆଜି ବିଜେପିର ଏଜେଣ୍ଟ ହୋଇଗଲି । ମୁଁ ସତ କହିଥିବାରୁ ମୋ ପଛରେ ସମସ୍ତ ଟ୍ରୋଲ ଆର୍ମୀଙ୍କୁ ନିୟୋଜିତ କରାଯାଇଛି । ପାର୍ଟୀର ସମସ୍ତ ଲୋକଙ୍କୁ ଫୋନ କରି କୁହାଯାଉଛି ଯେ, ସ୍ୱାତୀର କୌଣସି ପ୍ରାଇଭେଟ ଭିଡିଓ ଯଦି ଅଛି, ତେବେ ପଠାଅ, ଲିକ କରିବା । ମିଛ ଅଧିକ ଦିନ ଲୁଚିକି ରହିପାରିବ ନାହିଁ । ଯେତେବେଳେ ସତ ସାମ୍ନାକୁ ଆସିବ ତୁମେ ନିଜ ମୁଁହ ନିଜ ପରିବାର ଆଗରେ ଦେଖାଇପାରିବେ ନାହିଁ । ପ୍ରସାରିତ କରିଥିବା ପ୍ରତ୍ୟେକ ମିଥ୍ୟା ପାଇଁ ମୁଁ କୋର୍ଟଙ୍କ ପାଖକୁ ନେଇକି ଯିବି ।

Get real time updates directly on you device, subscribe now.