୧୩୦୦ରୁ ଅଧିକ ହୋଟେଲ ଏବଂ ରେଷ୍ଟୁରାଣ୍ଟ ସହ ସ୍ୱିଗିର ସମ୍ପର୍କ: ବ୍ୟବସାୟକୁ କରୁଛି ଲାଭବାନ

ଭୁବନେଶ୍ୱର: ଆଜିକାଲି ଲୋକମାନେ ବିଭିନ୍ନ କାମ ପାଇଁ ଅନଲା?ଇନ ସେବା ଉପରେ ନିର୍ଭର କରାୁଛନ୍ତି । ବିଶେଷ କରି ସପିଙ୍ଗ ଏବଂ ଫୁଡିଙ୍ଗରେ ବିଭିନ୍ନ ଅନଲାଇନ ଆପ ବ୍ୟବହାର କରୁଛଥିବାର ଦେଖାଯାଉଛି । ଅନଲାଇନରେ ଖାଦ୍ୟ ଅର୍ଡ଼ର କରିବାର ଏହି ଧାରାରେ ମେଟ୍ରୋ ସହରଗୁଡ଼ିକ ସହିତ ଯୋଗ ଦେଇଛନ୍ତି ଅନେକ ଛୋଟ ସହର । ସ୍ୱିଗି ମାଧ୍ୟମରେ ସ୍ଥାନୀୟ ରେଷ୍ଟୁରାଂଟମାନଙ୍କୁ ଲୋକଙ୍କ ନିକଟରେ ପହଞ୍ଚାଇବା ସୁଯୋଗ ତଥା କ୍ଷତିରେ ଚାଲୁଥିବା ବ୍ୟବସାୟକୁ ସମୃଦ୍ଧ କରିବାରେ ମଧ୍ୟ ସାହାଯ୍ୟ ମିଳିଛି ।

ରାଜଧାନୀ ଭୁବନେଶ୍ୱରରେ ଗରମ ମସଲା ନାମକ ଏକ ରେଷ୍ଟୁରାଣ୍ଟ ଏକ ଆଇଟି କ୍ୟାମ୍ପସରେ ସ୍ଥାପିତ ହୋଇଛି । ୨୦୧୮ରେ ଏହା ବନ୍ଦ ହେବା ଭଳି ଅବସ୍ଥାକୁ ଆସିଯାଇଥିଲା । କିନ୍ତୁ କିନ୍ତୁ ଏହି ରେଷ୍ଟୁରାଣ୍ଟ ବର୍ତ୍ତମାନ ସ୍ୱିଗି ମାଧ୍ୟମରେ ପ୍ରତିଦିନ ୪ଗୁଣ ଅର୍ଡର ପାଇପାରୁଛି । ଏହା ସ୍ୱିଗିର ସହଯୋଗୀ ହେବା ପରେ ରେଷ୍ଟୁରାଣ୍ଟର ଯଥେଷ୍ଟ ଚାହିଦା ବୃଦ୍ଧି ପାଇଥିବା ଦେଖାଯାଇଛି । ତେବେ ଏ ନେଇ ରେଷ୍ଟୁରାଣ୍ଟର ମାଲିକ ଦେବଜାନୀ ସାହୁ କହିଛନ୍ତି ଯେ, ସ୍ୱିଗି ଆମକୁ ଛୋଟ ଛୋଟ ଅର୍ଡ଼ର ଦେବାରେ ସାହାଯ୍ୟ କରିଛି । ନିଶ୍ଚିତ କରିବା ଠାରୁ ମେନୁ ମୂଲ୍ୟ ଓ ବିବରଣୀକୁ ଅପଡେଟ କରିବା ସହିତ ପରିବେଷିତ ଖାଦ୍ୟର ଫଟୋ ଚିତ୍ର ଆମକୁ ଅଧିକ ଲୋକପ୍ରିୟ କରିବାରେ ଲାଗିଛି । ବର୍ତ୍ତମାନ ଆମ ବ୍ୟବସାୟ ବହୁତ ବଢିଯାଇଛି । ତେବେ କାର୍ତ୍ତିକ ମାସ ପରେ ଏହା ଆହୁରି ମଧ୍ୟ ବୃଦ୍ଧି ପାଇବ ବୋଲି ସେ ପ୍ରକାଶ କରିଛନ୍ତି । ଏହି ଧାରାରେ ଇ-ବାଣିଜ୍ୟ ବୃଦ୍ଧି ହୋଇଛି ଓ ଅର୍ଡ଼ର ମଧ୍ୟ ସେହି ଅନୁସାରେ ମିଳୁଛି ।

ଅଫଲାଇନ ରେଷ୍ଟୁରାଣ୍ଟ ଭାବେ ସ୍ୱିଗି ବର୍ତ୍ତମାନ ବହୁ ଲୋକପ୍ରିୟ ହେବାରେ ଲାଗିଛି । ଏପରିକି ମହାମାରୀ ସମୟରେ ସମଗ୍ର ରେଷ୍ଟୁରାଣ୍ଟ ଅଚଳ ହେବାକୁ ବସିଥିଲା, ସେତେବେଳେ ସ୍ୱିଗି ଗରମ ମସଲାକୁ ସହାୟତାର ହାତ ବଢାଇ ବ୍ୟବସାୟରେ ରହିବାକୁ ଉତ୍ସାହିତ କରିଥିଲା । ବର୍ତ୍ତମାନର ସଫଳତା ଉପରେ ରେଷ୍ଟୁରାଣ୍ଟ ଗୁଡ଼ିକ ଅନଲାଇନ ବ୍ୟବସାୟ ଓ ଆଉଟଡୋର କ୍ୟାଟରିଙ୍ଗ ଉପରେ ଗୁରୁତ୍ୱ ଦେଉଛନ୍ତି । ତେଣୁ ସ୍ୱିଗି ସହିତ ବର୍ତ୍ତମାନ ଓଡ଼ିଶାରେ ପ୍ରାୟ ୧୩୦୦ରୁ ଅଧିକ ସକ୍ରିୟ ରେଷ୍ଟୁରାଣ୍ଟ ସହଭାଗିତା କରୁଛନ୍ତି । ସ୍ୱିଗି ଏମାନଙ୍କ ବ୍ୟବସାୟକୁ ଉଚ୍ଚତର ଶିଖରକୁ ନେବାକୁ ସାହାଯ୍ୟ କରୁଛି ।