fbpx
BJD SKY
BJD SKY

ଚଳିତ ବର୍ଷ ଇନଷ୍ଟାମାର୍ଟ ପାଇଁ ୧୦ ହଜାର ନିଯୁକ୍ତି ସୃଷ୍ଟି କରିବ ସ୍ୱୀଗି, ଆପନା ସହିତ କଲା ଚୁକ୍ତି

BJD

ନୂଆଦିଲ୍ଲୀ: ବର୍ତ୍ତମାନ ଦେଶର ବିଭିନ୍ନ ମେଟ୍ରୋସିଟି ତଥା ବଡ଼ ସହର ମାନଙ୍କରେ ହୋମ୍ ଡେଲିଭରୀ ବଢିଚାଲିଛି। ମୋବାଇଲ ବଟମ ଦାବଇଲେ ଖାଇବା ଠାରୁ ଆରମ୍ଭ କରି ଗ୍ରୋସୋରୀ ସାମଗ୍ରୀ ପର୍ଯ୍ୟନ୍ତ ଅନେକ ଜିନିଷ ଏବେ ଅତି ସହଜରେ ଆସି ଘର ଦୁଆରେ ପହଞ୍ଚିଯାଉଛି। ଏଭଳି ସମୟରେ ଗିଗ୍ ୱାର୍କର୍ସଙ୍କ ପାଇଁ ଆସିଛି ଖୁସି ଖବର। ରିପୋର୍ଟ ଅନୁଯାୟୀ, ଅଗ୍ରଣୀ ବୃତ୍ତିଗତ ନେଟୱାର୍କିଂ ପ୍ଲାଟଫର୍ମ ସ୍ୱୀଗି ଏବଂ ଆପ୍ନା ମଧ୍ୟରେ ଗୁରୁବାର ଦିନ ଏକ ଚୁକ୍ତି କରିଛନ୍ତି। ଏହି ଚୁକ୍ତି ଅନୁଯାୟୀ ଅନଲାଇନ୍ ଖାଦ୍ୟ ବିତରଣ ପ୍ଲାଟଫର୍ମ ସ୍ୱିଗୀର ଦ୍ରୁତ ବାଣିଜ୍ୟ ଗ୍ରୋସରୀ ସେବା ଇନଷ୍ଟାମାର୍ଟ ପାଇଁ ୧୦,୦୦୦ ନିଯୁକ୍ତି ସୃଷ୍ଟି କରିବାକୁ ଏକ ସହଭାଗିତା ଘୋଷଣା କରିଛି।

ମାର୍କେଟ୍ ରିସର୍ଚ୍ଚ ଫାର୍ମ ରେଡସୀର ରିପୋର୍ଟ ମୁତାବକ, କ୍ୱିକ୍ କମର୍ସ ଡୋମେନ୍ ୨୦୨୫ ପର୍ଯ୍ୟନ୍ତ ୫.୫ ଆରବ ଡଲାରରେ ପହଞ୍ଚିବା ଅନୁମାନ କରାଯାଉଛି, ଯାହା ୨୦୨୧ରେ ୦.୩ ଆବେ ଡଲାର ଥିଲା । ଏହି ବୃଦ୍ଧି ଆଗାମୀ ଦିନରେ ଉଦ୍ୟୋଗ ମାନଙ୍କରେ ବିତରଣ କରିବା ପାଇଁ ପାର୍ଟନରମାନଙ୍କୁ ନିଯୁକ୍ତି କରିବ।

ସ୍ୱୀଗିର ପରିଚାଳନା ଉପ ନିର୍ଦେଶକ କେଦାର ଗୋଖଲେ କହିଛନ୍ତି, “ଖାଦ୍ୟ ବିତରଣ ପାଇଁ ୫୦୦ ରୁ ଅଧିକ ସହରରେ ଏବଂ ଇନଷ୍ଟାମାର୍ଟ ପାଇଁ ୨୫ ଟି ସହରରେ ସ୍ୱୀଗିଙ୍କ ଉପସ୍ଥିତିକୁ ଦୃଷ୍ଟିରେ ରଖି ଆମେ ଟାୟାର-୨ ଏବଂ ଟାୟାର-୩ ସହରର ଅନବୋର୍ଡିଂ ଭାଗିଦାରୀ ଉପରେ ଧ୍ୟାନ ଦେବା ଜାରି ରଖିଛୁ । ସ୍ୱୀଗି ସହ ସହଭାଗିତା ଆମକୁ ଛୋଟ ସହରରେ ଆମର ବିତରଣ ବଢାଇବାରେ ସାହାଯ୍ୟ କରିଛି।

ଭାରତରେ ବର୍ତ୍ତମାନ ବିଭିନ୍ନ ବାଣିଜ୍ୟର ତ୍ୱରିତ ଆବିର୍ଭାବ ସହିତ ଗ୍ରାହକମାନେ ବର୍ତ୍ତମାନ ଏକ ସହଜ କିଣା ବିକା ସୁବିଧା ଅନୁଭବ କରୁଛନ୍ତି।ଇ-ବାଣିଜ୍ୟ ଶିଳ୍ପର ଏହି ଅଭିବୃଦ୍ଧି ଏବଂ ବିକାଶ ଯୋଗୁଁ ଦେଶରେ ବିତରଣ କର୍ମଚାରୀଙ୍କ ଚାହିଦା ବୃଦ୍ଧି ପାଇଛି। ରିପୋର୍ଟ ଅନୁଯାୟୀ ୨୦୨୯-୩୦ ସୁଦ୍ଧା ବିତରଣ କାର୍ଯ୍ୟଶୈଳୀ ପ୍ରାୟ ୨୩.୫ ନିୟୁତକୁ ବୃଦ୍ଧି ପାଇବ।

Get real time updates directly on you device, subscribe now.