fbpx

ବୈଜ୍ଞାନିକଙ୍କ ଦାବି: ୨୫ ବର୍ଷ ମଧ୍ୟରେ ମିଳିଯିବେ ଏଲିୟନ…

ନୂଆଦିଲ୍ଲୀ: ମଙ୍ଗଳଗ୍ରହକୁ ଅନେକ ପ୍ରୋବ, ରୋଭର, ଲ୍ୟାଣ୍ଡର ପଠାଯାଇସାରିଛି । କିନ୍ତୁ ଏପର୍ଯ୍ୟନ୍ତ ଜୀବସତ୍ତାର ସନ୍ଧାନ ମିଳିନାହିଁ । କିନ୍ତୁ ବୈଜ୍ଞାନିକଙ୍କ କହିବା ଅନୂଯାୟୀ ଖୁବଶୀଘ୍ର ସୌର ମଣ୍ଡଳ ବାହାର ଜୀବନର ଖୋଜ୍ କରିନେବେ । ୨୫ ବର୍ଷ ଭିତରେ ସେମାନଙ୍କ ସହ ସଂପର୍କ ମଧ୍ୟ କରାଯାଇପାରିବ । ଯୋଗଯୋଗ ପାଇଁ ଜରୁରୀ ଟେକନିକ୍ ମଧ୍ୟ ତିଆରି ହୋଇଯିବ । ଏହି ଦାବି ଆଶ୍ଚର୍ଯ୍ୟକର କିନ୍ତୁ ଯଦି ଏହା ସତ ହୁଏ ତେବେ ଯଦି ଆପଣ ୨୫ ବର୍ଷର ତେବେ ଆପଣଙ୍କୁ ୫୦ ବର୍ଷ ହେବାବେଳକୁ ହୋଇପାରେ ଏଲିୟନଙ୍କ ସହ କଥାବାର୍ତ୍ତା ସମ୍ଭବ ହୋଇପାରେ ।

ସ୍ୱିଜରଲ୍ୟାଣ୍ଡର ସଂଙ୍ଘୀୟ ଜ୍ଞାନକୌଶଳ ସଂସ୍ଥାନ ଇଟିଏଚ ଜ୍ୟୁରିଖ ର ଆଷ୍ଟ୍ରୋଫିଜିକ୍ସ ସାଶା କ୍ୱାଞ୍ଜ ଏନେଇ ମନ୍ତବ୍ୟ ରଖିଛନ୍ତି । ସାଶା କହିଛନ୍ତି ଯେ ଆଜିର ସମୟରେ ଆମ ପାଖରେ ଯେଇଁ ଜ୍ଞାନକୌଶଳ ଅଛି, ତାହାଦ୍ୱାରା ଏହା ଜଣାପଡ଼ୁଛି ଯେ ଆମେ ବ୍ରହ୍ମାଣ୍ଡରେ ଏକୁଟିଆ ଜୀବ ନୁହେଁ । ଅନ୍ୟ ଗ୍ରହରେ ଜୀବନ ରହିଥାଇପାରେ । ବାସ୍ ଆବଶ୍ୟକ ଅଛି ତାହାକୁ ଖୋଜିବା, ସେମାନଙ୍କ ସହ ସମ୍ପର୍କ କରିବା ।

ସାଶା କହିଛନ୍ତି ଯେ ୧୯୯୫ ରେ ତାଙ୍କ ସାଥୀ ଏବଂ ନୋବେଲ ପୁରସ୍କାର ବିଜେତା ଡିଡିୟର କ୍ୟୁଲୋଜ୍ ସୌରମଣ୍ଡଳରୁ ବାହାରେ ପ୍ରଥମ ଗ୍ରହ ଖୋଜିଥିଲେ । ଆଜି ୫୦୦୦ ରୁ ଅଧିକ ବାହାର ଗ୍ରହର ଖୋଜ୍ କରାଯାଇଛି । ଏବେ ପ୍ରତିଦିନ ନୂଆ ଗ୍ରହ ଏବଂ ଏକ୍ସୋପ୍ଲାନେଟସର ଖୋଜ୍ ହେଉଛି । ଏବେବି ଅନେକ ଏକ୍ସୋପ୍ଲାନେଟର ଖୋଜ୍ ହେବା ବାକି ରହିଛି । ବୈଜ୍ଞାନିକଙ୍କ ଅନୂଯାୟୀ, ଆମ ଆକଶଗଙ୍ଗାରେ ୧୦ ହଜାର କୋଟି ତାରା ରହିଛି । ସବୁ ତାରାର ଏକ ସାଥୀ ଗ୍ରହ ମଧ୍ୟ ଅଛି । ଅର୍ଥାତ୍ ସୌର ମଣ୍ଡଳରୁ ବାହାରେ ଅସଂଖ୍ୟ ଏକ୍ସୋପ୍ଲାନେଟ୍ ଅଛନ୍ତି । ହୋଇପାରେ କୌଣସି ଅନ୍ୟ ଗ୍ରହରେ ଜୀବସତ୍ତା ହୋଇପାରେ ଏବଂ ସେମାନେ ଅନ୍ୟ ଜୀବଙ୍କ ଖୋଜ୍ ରେ ଥିବେ ।

ସାଶା କ୍ୱାଞ୍ଜ କହିଛନ୍ତି ଯେ ପୃଥିବୀ ଭଳି ଯେଉଁସବୁ ଗ୍ରହ ନିଜ ଉପଗ୍ରହ ସହ ଉପଯୁକ୍ତ ସ୍ଥାନରେ ରହିଛନ୍ତି, ସେଠାରୁ ଜୀବନର ସମ୍ଭାବନା ହୋଇପାରେ । ଯେମିତି ପାଣିର ଉପସ୍ଥିତି । ଆମେ ଏପର୍ଯ୍ୟନ୍ତ ଜଣିନାହୁଁ ଯେ ଯେଉଁ ବାହାର ଗ୍ରହର ଖୋଜ୍ କରାଯାଇଛି । ସେଥିରେ ବାୟୁମଣ୍ଡଳ ଅଛି କିମ୍ବା ନାହିଁ । ଆମେ ଏବେ ଏହାକୁ ନେଇ ଯାଞ୍ଚ କରୁଛୁ ଯେ ଏହି ବାହାର ଗ୍ରହମାନଙ୍କରେ ବାୟୁମଣ୍ଡଳ ଅଛି ନା ନାହିଁ । ଆମକୁ ତାଙ୍କ ଉପରେ ନଜର ରଖିବାକୁ ହେବ । ଯେମିତି ଆମେ ତାଙ୍କର ଫଟୋ ନେଇ ଏହାକୁ ଷ୍ଟଡୀ କରିପାରିବୁ କିମ୍ବା ଭବିଷ୍ୟତରେ ସେଠାକୁ ରୋବୋଟ୍ ପଠାଇପାରିବୁ ।

ସାଶା ଏହା ସେତେବେଳେ କହିଛନ୍ତି ଯେ ଯେତେବେଳେ ଜେମ୍ସ ୱେବ ଟେଲିସ୍କୋପ୍ ବୃହସ୍ପତି ଗ୍ରହ ଠାରୁ ୧୨ ଗୁଣା ବଡ଼ ଏକ୍ସୋପ୍ଲାନେଟ୍ ଏଚଆଇପି ୬୫୪୨୬ବି ର ଖୋଜ୍ କରିଥିଲା । ଏହି ଗ୍ରହ ନିଜ ତାରାଠାରୁ ଏତେ ଦୂରରେ ବୁଲୁଛି, ଯାହା ସୂର୍ଯ୍ୟ ଏବଂ ପୃଥିବୀର ଦୂରତା ଠାରୁ ୧୦୦ ଗୁଣା ଅଧିକ  ।

Get real time updates directly on you device, subscribe now.