fbpx

କଳ୍ପନା ପେଟ୍ରୋଲ ଟାଙ୍କିରେ ବୁଲୁଛି ଖଣ୍ଡା: କର୍ମଚାରୀଙ୍କୁ ଆକ୍ରମଣ କଲେ ଯୁବକ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ବର୍ତ୍ତମାନ ଅପରାଧର ଦଲଦଲ ଭିତରକୁ ପଶି ଯାଉଛି । ପ୍ରତିଦିନ ଅପରାଧ ଦୁନିଆ ବଢିବାରେ ଲାଗିଛି । ଆଜି ସନ୍ଧ୍ୟା ସମୟରେ କଳ୍ପନା ଛକରେ ଥିବା ପେଟ୍ରୋଲ ପମ୍ପ ପାଲଟିଛି ଅପରାଧୀଙ୍କ ଟାର୍ଗେଟ । ପେଟ୍ରୋଲ କର୍ମଚାରୀଙ୍କୁ ଖଣ୍ଡା ଦେଖାଇ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଏଥିରେ କାର୍ଯ୍ୟରତ କିଛି କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି ।

ସୂଚନା ଅନୁସାରେ, ପେଟ୍ରୋଲ ପମ୍ପରେ ତେଲ ପକାଇବା ସମୟରେ ଜଣେ ଯୁବକଙ୍କ ସହ କର୍ମଚାରୀଙ୍କର ପାଟିତୁଣ୍ଡ ହୋଇଥିଲା । ଏହି ଘଟଣାରେ ରାଗି ଯାଇ ପରେ ସମ୍ପୃକ୍ତ ଯୁବକ ସହଯୋଗୀକୁ ଡାକି ପେଟ୍ରୋଲ ପମ୍ପର କର୍ମଚାରୀଙ୍କୁ ଆକ୍ରମଣ କରିଛି । ଏକ ଫାର୍ସା ସାହାଯ୍ୟରେ ସେହି କର୍ମଚାରୀଙ୍କ ସମେତ କାର୍ଯ୍ୟରତ ଅନ୍ୟ କର୍ମଚାରୀମାନଙ୍କ ଉପରେ ମଧ୍ୟ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ ଉଭୟ ଯୁବକ । ତେବେ ଏହି ଆକ୍ରମଣରେ ପେଟ୍ରୋଲ ପମ୍ପର ଏକାଧିକ କର୍ମଚାରୀ ଗୁରୁତର ଆହତ ହୋଇଥିବା ଜାଣିବାକୁ ମିଳିଛି । ତେବେ ସେମାନଙ୍କୁ ଉଦ୍ଧାର କରି ସ୍ଥାନୀୟ କ୍ୟାପିଟାଲ ହସ୍ପିଟାଲ ପଠାଇଛନ୍ତି ସାଥୀ କର୍ମଚାରୀ । ଏହାସହିତ ଅଭିଯୁକ୍ତ ଯୁବକକୁ ମଧ୍ୟ କାବୁ କରି ପୋଲିସକୁ ଜିମା ଦେଇଛନ୍ତି ।

Get real time updates directly on you device, subscribe now.