fbpx

TV ୪ ଘଣ୍ଟାରୁ ଅଧିକ ଦେଖିଲେ ରକ୍ତ ଜମାଟ ବାନ୍ଧିବ: ରିସର୍ଚ୍ଚ

ଆଜିକାଲି ଲୋକମାନେ ଅଧିକ ସମୟ TV ଓ ମୋବାଇଲରେ ଅଧିକ ସମୟ ଅତିବାହିତ କରୁଛନ୍ତି । କ୍ଷତିକାରକ ଜାଣି ବି ଅଧିକାଂଶ ଲୋକଙ୍କୁ ଟିଭି ଦେଖିବା ଯେପରି ନିଶା ହୋଇଥାଏ । ଏବେ କିନ୍ତୁ କିନ୍ତୁ ଅଧିକ ସମୟ TV ଦେଖିଲେ ରକ୍ତ ଜମାଟ ବାନ୍ଧିଥାଏ ବୋଲି ଏକ ଗବେଷଣାରୁ ଜଣାପଡ଼ିଛି । ପୂର୍ବରୁ ଏକ ଗବେଷଣାରୁ ଜାଣିବାକୁ ମିଳିଥିଲା ଯେ ଅଧିକ ସମୟ ଟିଭି ଦେଖିବା ଦ୍ୱାରା ହୃତ୍ପିଣ୍ଡଜନୀତ ରୋଗ ହୁଏ ବୋଲି। ଅଧିକ ସମୟ ଧରି ଟିଭି ଦେଖିବା ଫଳରେ ଶରୀରର ଶିରା, ଫୁସଫୁସ ଏବଂ ପେଲ୍ଭିସରେ ରକ୍ତ ଜମାଟ ବାନ୍ଧିଥାଏ ଯାହାକୁ କି ଭେନସ୍ ଥ୍ରମ୍ବୋ ଏମ୍ବୋଲିଜିମ କୁହାଯାଏ ।

କିନ୍ତୁ ବର୍ତ୍ତମାନ ଏକ ଗବେଷଣାରୁ ଜଣାପଡିଛି ଯେ ଅଧିକ ସମୟ ଟିିଭି ଦେଖିବା ଦ୍ୱାରା ବ୍ଲଡ କ୍ଲଟ ହେଉଛି ବା ରକ୍ତ ଜମାଟ ବାନ୍ଧୁଛି । ବ୍ଲଡ୍ କ୍ଲଟ୍ ହେବା ଦ୍ୱାରା ଆମ ଶରୀରରେ ରକ୍ତ ସଞ୍ଚାଳନ ବ୍ୟାହତ ହୋଇଥାଏ । ଏହାଦ୍ୱାରା ବ୍ରେନ୍ ଷ୍ଟ୍ରୋକ୍, ହାର୍ଟ ଆଟାକ ପରି ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି ହେବାର ଆଶଙ୍କା ମଧ୍ୟ ରହିଛି । ୟୁନିଭର୍ସିଟି ଅଫ୍ ସିଡନିରେ ବିଶେଷଜ୍ଞମାନେ ଏ ନେଇ ଗବେଷଣା କରିବା ପରେ ଏପରି ତଥ୍ୟକୁ ଲୋକଲୋଚନାକୁ ଆଣିଛନ୍ତି ।

ଅନ୍ୟପକ୍ଷରେ ବ୍ଲଡ କ୍ଲଟ୍ ପରି ସମସ୍ୟାର ସମ୍ମୁଖୀନ ହୋଇଥିବା କେତେକ ବ୍ୟକ୍ତିଙ୍କ ମଧ୍ୟରୁ କିଛି ବ୍ୟକ୍ତି ଆବଶ୍ୟକତାଠାରୁ ଅଧିକାଂଶ ସମୟ ଟିଭି ଦେଖୁଥିବାର ଏହି ବିଶ୍ୱବିଦ୍ୟାଳୟର ବିଶେଷଜ୍ଞମାନେ ଜାଣିବାକୁ ପାଇଥିଲେ ।

ସେମାନଙ୍କ ଦ୍ୱାରା ପ୍ରସ୍ତୁତ ରିପୋର୍ଟରେ ଦର୍ଶାଯାଇଛି ଯେ, ଯଦି ଜଣେ ବ୍ୟକ୍ତି ଆବଶ୍ୟକତାଠାରୁ ଅଧିକ ସମୟ ଟିଭି ଦେଖନ୍ତି, ତେବେ ତାହାର ଖରାପ ପ୍ରଭାବ ରକ୍ତ ସଞ୍ଚାଳନ ଉପରେ ପଡ଼ିବାର ଆଶଙ୍କା ରହିଛି । ଏପରି କି ଏହାଦ୍ୱାରା ବ୍ଲଡ୍ କ୍ଲଟ୍ ହେବାର ଆଶଙ୍କାକୁ ଏଡ଼ାଇ ଦିଆଯାଇ ନପାରେ ।

Get real time updates directly on you device, subscribe now.