fbpx

ପସନ୍ଦ ଆସୁନି ଆଧାର କାର୍ଡର ପଟୋ? ଏହି ଉପାୟରେ ସେଟ୍ କରନ୍ତୁ ନୂଆ ଇମେଜ୍

ନୂଆଦିଲ୍ଲୀ: ଦେଶରେ ରହୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ଆଧାର କାର୍ଡ ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ । ଆଧାର ବିନା, ପିଲାଙ୍କ ସ୍କୁଲ ଆଡମିଶନରୁ ଆରମ୍ଭ କରି ଚାକିରି ପାଇବା ପର୍ଯ୍ୟନ୍ତ ସବୁକିଛି କ୍ଷେତ୍ରରେ ସମସ୍ୟା ଦେଖାଦେଇଥାଏ । ତେବେ ଯେଉଁଠାରେ ସବୁ ସ୍ଥଳରେ ଆଧାର ହେଉଛି ଏକ ଆବଶ୍ୟକୀୟ ଡକ୍ୟୁମେଣ୍ଟ ହେଲେ ସେହି ଆଧାରରେ ହିଁ ଆମର ସବୁଠାରୁ ଖରାପ ଫଟୋ ଲାଗିଥାଏ । ତେଣୁ ଆଧାରରେ ଲାଗିଥିବା ଫଟୋକୁ ନେଇ ଆପଣ ମାନେ ଟିକେ ଅଧିକ ବିଚଳିତ ଥାଆନ୍ତି ।

କିନ୍ତୁ ବର୍ତ୍ତମାନ ଆମେ ଆପଣଙ୍କ ସବୁ ସମସ୍ୟାକୁ ଦୂର କରିଦେବୁ । କାରଣ ଯଦି ଆପଣ ଭାବୁଛନ୍ତି ଆଧାରରେ ଫଟୋ ବଦଳାଇବା ଏକ କଷ୍ଟକର କାମ ତେବେ ଏହା ପୂରା ଭୁଲ କଥା । ତେବେ ଆଜି ଆମେ ଆପଣଙ୍କୁ କହିବୁ ଯେ, ଆପଣ କିପରି ଆଧାର କାର୍ଡରେ ଥିବା ନିଜର ଫଟୋକୁ ବଦଳାଇ ଭଲ ଫଟୋ ଲଗାଇପାରିବେ । ଆଉ ଏଥିରେ ବିନା କୌଣସି ଡକ୍ୟୁମେଣ୍ଟରେ ଫଟୋ ପରିବର୍ତ୍ତନ ହୋଇପାରିବ ।

୧. ପ୍ରଥମେ ଆପଣଙ୍କୁ ୟୁଆଇଡିଏଆଇର ଅଫିସିଆଲ ୱେବସାଇଟ୍ ରେ ଥିବା ଗେଟ୍ ଆଧାର ସେକ୍ସନ୍ କୁ ଯାଇ ଆଧାର ଏନରୋଲମେଣ୍ଟ ଫର୍ମ ଅଥବା କରେକ୍ସନ୍/ଅପଡେଟ୍ ଫର୍ମକୁ ଡାଉନଲୋଡ୍ କରିବାକୁ ପଡ଼ିବ ।

୨. ଫର୍ମକୁ ନିର୍ଭୁଲ ଭାବେ ଭରି ଏହାକୁ ଆଧାର ପରମାନେଣ୍ଟ ଏନରୋଲମେଣ୍ଟ ସେଣ୍ଟରରେ ଥିବା ଏକ୍ଜିକ୍ୟୁଟିଭ୍ ଙ୍କୁ ଦେବାକୁ ପଡ଼ିବ ।

୩. ଏହାପରେ ଏକ୍ଜିକ୍ୟୁଟିଭ୍ ଙ୍କୁ ନିଜର ବାୟୋମେଟ୍ରିକ୍ ଡିଟେଲ୍ ଦେବାକୁ ପଡ଼ିବ । ଯଦି ଆପଣ ଫର୍ମ ଡାଉନଲୋଡ୍ କରିବାକୁ ଚାହୁଁନାହାନ୍ତି ତେବେ ଆପଣଙ୍କୁ ଉକ୍ତ ସେଣ୍ଟରରେ ଫର୍ମ ମିଳିଯିବ ।

୪. ଏହାପରେ ଆଧାରରେ ଏନରୋଲମେଣ୍ଟରେ ଥିବା କର୍ମଚାରୀ ଆପଣଙ୍କର ଲାଇଭ୍ ଫଟୋ କ୍ଲିକ୍ କରିବେ । ଫଟୋ ବଦଳାଇବା ପାଇଁ ୫୦ ଟଙ୍କା ଦେବାକୁ ପଡ଼ିବ । ଯେଉଁଥିରେ ଟ୍ୟାକ୍ସ ସାମିଲ ରହିଛି ।

୫. ଆଧାରରେ ଫଟୋ ଅପଡେଟ୍ ହେବା ପରେ ଆଧାରକୁ ଆପଣ ଅନଲାଇନ୍ ହିଁ ଡାଉନଲୋଡ୍ କରିପାରିବେ ।

Get real time updates directly on you device, subscribe now.