fbpx
BJD SKY
BJD SKY

ଏସବୁ ଲକ୍ଷଣ ଦେଖାଯାଉଥିଲେ ହୋଇଯାଅ ସାବଧାନ ! ବ୍ରେନ୍ ହେମରେଜର ହୋଇପାରନ୍ତି ଶିକାର

BJD

ମସ୍ତିଷ୍କରେ କୌଣସି ପ୍ରକାର ଅସୁବିଧା ଦେଖାଦେଲେ ତାହାର ପ୍ରଭାବ ସିଧା ଶରୀର ଉପରେ ପଡ଼ିଥାଏ। ଯେମିତିକି ବ୍ରେନ୍ ହେମରେଜ୍। ଏହି ରୋଗ କୌଣସି ବି ବ୍ୟକ୍ତିଙ୍କୁ ହୋଇପାରେ। ଏମିତି କି ଏହି ରୋଗର କୌଣସି ବୟସ ସୀମା ବି ନଥାଏ। ଯେକୌଣସି ବୟସରେ ବି ଏହି ରୋଗ ହୋଇପାରେ।

ବ୍ରେନ୍ ହେମରେଜ୍ ଏକ ମାନସିକସି ଗ୍ରସ୍ତ ରୋଗ। ଏହା ମସ୍ତିଷ୍କରେ ଧମନୀର କାରଣ ଯୋଗୁଁ ହୋଇଥାଏ। ଏହା ଦ୍ବାରା ପାଖରେ ଥିବା ଟିସୁଟି ରକ୍ତସ୍ରାବ ହେବାକୁ ଲାଗେ। ଯାହା ମସ୍ତିଷ୍କର ସେଲକୁ ଧ୍ବଂସ କରିଦିଏ।

ବ୍ରେନ୍ ହେମରେଜର ଲକ୍ଷଣ :-
ମସ୍ତିଷ୍କରେ କେଉଁଭାଗରେ ରକ୍ତସ୍ରାବ ହେଉଛି, ଅଧିକ ରକ୍ତ ବାହାରୁଛି ନା ଧୀରେ ଧୀରେ ବାହାରୁଛି ସେସବୁ ଦେଖିବା ଜରୁରୀ, ଆପଣଙ୍କୁ ଯଦି କିଛି ଏମିତି ଲାଗୁଛି ତେବେ ତୁରନ୍ତ ହସ୍ପିଟାଲକୁ ଯାଇ ଡାକ୍ତରଙ୍କ ସହ ପରାମର୍ଶ ନିଅନ୍ତୁ। ଏହା ବ୍ୟତୀତ ଥିବ ଥିବ ଜୋରରେ ମୁଣ୍ଡ ବ୍ୟଥା ହେବ, ଦୁର୍ବଳ ଲାଗିବା, ବାନ୍ତି ହେବା ଭଲି ଲକ୍ଷଣ ଦେଖାଯାଏ।

ଏହା ସହିତ ଏଭଳି ରୋଗ ହେଲେ କହିବା ଏବଂ ବୁଝିବାରେ ସମସ୍ୟା ଦେଖାଦେବ, ଖାଦ୍ୟ ଗିଳିବାରେ ଅସୁବିଧା ବି ହେବ, ମୁଣ୍ଡ ବୁଲାଇବା, ଖାଇବାର ସ୍ବାଦ ଜଣାନପଡ଼ିବା , ଶରୀରର ବିଭିନ୍ନ ଅଙ୍ଗରେ ସମସ୍ୟା ଦେଖାଦେବା ଭଳି ଲକ୍ଷଣ ଦେଖାଯାଏ।

Get real time updates directly on you device, subscribe now.