fbpx
BSKY SKY
BSKY SKY

ଆପଣଙ୍କ ଶରୀରରେ ଜଳୀୟ ଅଂଶ କମ୍ ଥିଲେ ଜାଣିବେ କିପରି: ଦେଖାଦେଇଥାଏ ଏହି ସବୁ ଲକ୍ଷଣ

BSKY

ନୂଆଦିଲ୍ଲୀ: ବର୍ତ୍ତମାନ ଗରମ ସିଜିନ ଚାଲିଥିବା ବେଳେ ଲୋକମାନେ ଅସହ୍ୟ ତାତିରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେବେ ଏହି ସମୟରେ ଅଧିକାଂଶ ଲୋକ ଜଳ ଅଭାବରୁ ଅଂଶୁଘାତର ସାମ୍ନା କରିଥାନ୍ତି । ତେବେ ଯେଉଁ ଲୋକଙ୍କ ଶରୀରରେ ଜଳର ମାତ୍ରା କମ୍ ରହିଥାଏ, ସେମାନଙ୍କୁ ପୂର୍ବରୁ ସଙ୍କେତ ମିଳିଥାଏ । ଯଦି ଆପଣ ସମୟ ପୂର୍ବରୁ ନିଜର ସ୍ୱାସ୍ଥ୍ୟ ବିଷୟରେ ସଚେତନ ହୋଇଯିବେ, ତେବେ ଅନେକ ସମସ୍ୟାରୁ ସହଜରେ ମୁକ୍ତି ପାଇପାରିବେ ।

ସାଧାରଣତଃ ଆମ ଶରୀରର ୫୫ରୁ ୭୮ ପ୍ରତିଶତ ଅଂଶ ଜଳ ଦ୍ୱାରା ତିଆରି ହୋଇଥାଏ । ଯଦି ଜଣଙ୍କର ଶରୀରରେ ଜଳ ସମସ୍ୟା ରହିଥାଏ, ତେବେ ସେନେଇ ପୂର୍ବରୁ ସଙ୍କେତ ମିଳିଥାଏ । ତେଣୁ ଆପଣମାନେ ଏଥିନେଇ ନିହାତି ଭାବେ ସଚେତନ ରହିବା ଜରୁରୀ । ଜଳୀୟ ଅଂଶ କମ୍ ହେଲେ ଦେଖାଯାଉଥିବା ଲକ୍ଷଣ ବିଷୟରେ ଆପଣମାନେ ଡାକ୍ତରଙ୍କ ସହ ପରାମର୍ଶ କରିପାରିବେ । ଯଦି ଆପଣଙ୍କ ଶରୀରରେ ଗରମ ଦିନରେ ଝାଳ ବାହାରୁନାହିଁ, ତେବେ ଜାଣିନିଅନ୍ତୁ ଶରୀରରେ ଜଳ ମାତ୍ରା କମ୍ ରହିଛି ।

ଶରୀରରେ ଜଳୀୟ ଅଂଶ କମ୍ ଥିଲେ ହୃଦ୍ ସ୍ପନ୍ଦନ ତୀବ୍ର ହୋଇଥାଏ । ଜଳ ଅଭାବରେ ଶରୀରର ଚର୍ମ ଶୁଖି ଯାଇଥାଏ । ଜଳ କମ୍ ଥିଲେ ମୁଣ୍ଡବିନ୍ଧା, ଚିଡ଼ଚିଡ଼ା, ଥକ୍କାପଣ, ଦୁର୍ବଳତା, ପାଣି ଶୁଖିଯିବା, କଫ ଶୁଖିଯିବା, ଲୋ ବ୍ଲଡ ପ୍ରେସର, ଭୋକ ହଜିଯିବା, ଗରମ ଅସହିଷ୍ଣୁତା, ପାଦ ଫୁଲିଯିବା, ମାଂସପେଶୀରେ କଷ୍ଟ ଆଦି ଲକ୍ଷଣ ଦେଖାଦେଇଥାଏ । ତେଣୁ ଆପଣଙ୍କୁ ପ୍ରଚୁର ମାତ୍ରାରେ ପାଣି ପିଇବା ଉଚିତ୍ । ସୁସ୍ଥ ଶରୀର ପାଇଁ ଦିନକୁ ଅତି କମରେ ୮-୯ ଗ୍ଲାସ ପାଣି ପିଇବା ଜରୁରୀ ।

Get real time updates directly on you device, subscribe now.