fbpx

ମହିଳା ଟି-୨୦ ଚ୍ୟାଲେଞ୍ଜ ପାଇଁ ଘୋଷଣା ହେଲା ଖେଳାଳି ତାଲିକା: ୨ ଓଡିଆଙ୍କୁ ମିଳିଲା ସୁଯୋଗ

ନୂଆଦିଲ୍ଲୀ: ଆସନ୍ତା ମହିଳା ଟି-୨୦ ଚ୍ୟାଲେଞ୍ଜ କ୍ରିକେଟ ପାଇଁ ଖେଳାଳି ତାଲିକା ଘୋଷଣା କରିଛି ବିସିସିଆଇ । ଏହି ତାଲିକାରେ ଓଡିଶାରୁ ୨ ଜଣ ଖେଳାଳି ସ୍ଥାନ ପାଇଛନ୍ତି । ଓଡିଶାର ପ୍ରିୟଙ୍କା ପ୍ରିୟଦର୍ଶିନୀ ଏବଂ ସୁଜାତା ମଲ୍ଲିକ ଏହି ଟୁର୍ଣ୍ଣାମେଣ୍ଟରେ ନିଜ ସ୍ଥାନ ପକ୍କା କରିଛନ୍ତି ।

ଆସନ୍ତା ମେ ୨୩ ତାରିଖରୁ ପୁନେରେ ଆରମ୍ଭ ହେବାକୁ ଯାଉଛି ମହିଳା ଟି-୨୦ ଚ୍ୟାଲେଞ୍ଜ କପ । ସେଥିପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି । ତେବେ ଏଥି ପାଇଁ ଭାରତୀୟ କ୍ରିକେଟ ପୋର୍ଡ ପକ୍ଷରୁ ଖେଳାଳିମାନଙ୍କର ତାଲିକା ଘୋଷଣା କରାଯାଇଛି । ଏହି ତାଲିକାରେ ଦୁଇ ଜଣ ଓଡିଆ ଖେଳାଳି ମଧ୍ୟ ସ୍ଥାନ ପାଇଛନ୍ତି । ଓଡିଶା କ୍ରିକେଟରୁ ପ୍ରିୟଙ୍କା ପ୍ରିୟଦର୍ଶିନୀ ଏବଂ ସୁଜାତା ମଲ୍ଲିକଙ୍କ ଏହି ତାଲିକାରେ ସାମିଲ କରିଛି ବିସିସିଆଇ । ତେବେ ଏହି ଟୁର୍ଣ୍ଣାମେଣ୍ଟରେ ଭାରତୀୟ କ୍ରିକେଟର ଷ୍ୟାର ଖେଳାଳି ମିଥାଲି ରାଜ ଏବଂ ଝୁଲଣ ଗୋସ୍ୱାମୀଙ୍କ ବିଶ୍ରାମ ଦିଆଯାଇଛି ।

Get real time updates directly on you device, subscribe now.