fbpx

ପ୍ରତ୍ନତତ୍ତ୍ୱ ବିଭାଗର ସୁପରିଟେଣ୍ଡେଣ୍ଟକୁ ଜଗନ୍ନାଥ ସେନାର ଟାର୍ଗେଟ: ଆଣିଲା ଏମିତି ସଙ୍ଗୀନ ଅଭିଯୋଗ

ପୁରୀ: ପ୍ରତ୍ନତତ୍ତ୍ୱ ବିଭାଗ ସୁପରିଟେଣ୍ଡେଣ୍ଟଙ୍କ ବିରୋଧରେ ଲିଙ୍ଗରାଜ ଥାନାରେ ଏତଲା ଦେଇଛି ଜଗନ୍ନାଥ ସେନା । ସୁପରିଟେଣ୍ଡେଣ୍ଟ ନିଜ କର୍ତ୍ତବ୍ୟ ଠିକ ଭାବରେ ତୁଲାଇ ନଥିବା ନେଇ ଜଗନ୍ନାଥ ସେନା ଅଭିଯୋଗ କରିଛି । ଏହା ସହିତ ବିନା ଅନୁମତିରେ ଶ୍ରୀ ମନ୍ଦିର ଚତଃପାର୍ଶ୍ବରେ କିପରି ବେଆଇନ ଭାବେ ଖନନ କରାଗଲା, ସେ ନେଇ ପ୍ରଶ୍ନ କରିଛି ।

ପୁଣି ତେଜିଛି ପୁରୀ ଜଗନ୍ନାଥ ସେନା । ଏତର ପ୍ରତ୍ନତତ୍ତ୍ୱ ବିଭାଗର ସୁପରିଟେଣ୍ଡେଣ୍ଟଙ୍କୁ ଟାର୍ଗେଟ କରିଛି । ନିଜ କର୍ତ୍ତବ୍ୟ ଏବଂ ଦାୟିତ୍ୱରେ ଅବହେଳା କରିବା ନେଇ ତାଙ୍କ ବିରୋଧରେ ଜଗନ୍ନାଥ ସେନା ଅଭିଯୋଗ କରିଛି । ଲିଙ୍ଗରାଜ ଥାନାରେ ସୁପରିଟେଣ୍ଟେଣ୍ଟଙ୍କ ନାଁରେ ଏମିତି ସାଂଘାତିକ ଅଭିଯୋଗ ହୋଇଛି । କେବଳ ସେତିକି ନୁହେଁ, ବିନା ଅନୁମତିରେ, ଶ୍ରୀମନ୍ଦିର ଚତୁଃପାଶ୍ୱର୍ରେ ବିନା ଅନୁମତିରେ କିପରି ଖନନ ପ୍ରକ୍ରିୟା ହୋଇଛି ସେ ନେଇ ମଧ୍ୟ ଜଗନ୍ନାଥ ସେନା ପ୍ରଶ୍ନ କରିଛି । ରାଜ୍ୟ ସରକାରଙ୍କ ସହିତ ମଧୁ ଚନ୍ଦ୍ରିକା ନାଁ କେନ୍ଦ୍ର ମନ୍ତ୍ରୀଙ୍କ ଚାପରେ ଏସବୁ ହୋଇଛି ବୋଲି ପ୍ରଶ୍ନ କରିଛି ସେନା । ସେପଟେ ଆଜି ମୂର୍ତ୍ତି ମଧ୍ୟ ବାହାରିଛି । ଶ୍ରୀ ମନ୍ଦିର ସୁରକ୍ଷା ଆମର ପ୍ରାଥମିକତା । କଣ ପାଇଁ ପ୍ରତ୍ନତତ୍ତ୍ୱ ବିଭାଗ କୌଣସି କାର୍ୟ୍ୟନୁଷ୍ଠାନ ନେଉନାହାନ୍ତି ?

ଏଭଳି ଅନେକ ଅଭିଯୋଗ ସହ ପ୍ରତ୍ନତତ୍ତ୍ୱ ବିଭାଗ ସୁପରିଟେଣ୍ଡେଣ୍ଟଙ୍କ ବିରୋଧରେ ତାନାର ଦ୍ୱାରସ୍ଥ ହୋଇଛନ୍ତି ଜଗନ୍ନାଥ ସେନା । ଆମସାର ଆକ୍ଟ ୧୯୫୮ ,୩୦(ଗ) ଆଇପିସି ଧାରା ୧୬୬ ଅନୁଯାୟୀ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବା ଆବଶ୍ୟକ । କିନ୍ତୁ ଏ ପର୍ୟ୍ୟନ୍ତ କୌଣସି ସୁପରିଟେଣ୍ଡେଣ୍ଟଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ । ନିଜ କର୍ତ୍ତବ୍ୟ ଠିକ ଭାବରେ ତୁଲାଇ ନଥିବା ଅଭିଯୋଗରେ ଆଇନ ଅନୁଯାୟୀ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବା ପାଇଁ ଜଗନ୍ନାଥ ସେନା ଦାବି କରିଛି ।

Get real time updates directly on you device, subscribe now.