fbpx
BSKY SKY
BSKY SKY

“ଦି କାଶ୍ମୀର ଫାଇଲ୍ସ’ ଉପରେ ଲାଗୁ ପ୍ରତିବନ୍ଧ, ଫିଲ୍ମରେ ରକ୍ତ ଜୁଡୁବୁଡୁ ଚାଉଳ ଖାଇବାକୁ ଦେବା ଘଟଣାରେ ଫାରୁକ୍ କହିଲେ, ‘ଆମେ କଣ ଏତେ ଖସିପଡିଛୁ?

BSKY

କାଶ୍ମୀର: ଜାମ୍ମୁ କାଶ୍ମୀର ପୁର୍ବତ୍ତନ ମୁଖ୍ୟମନ୍ତ୍ରୀ ଡାକ୍ତର ଫାରୁକ ଅବଦୁଲ୍ଲା ପୁଣି ଥରେ “ଦି କାଶ୍ମୀର ଫାଇଲ୍ସ’ ବିଷୟକୁ ଉଠାଇଛନ୍ତି । ସେ କହିଛନ୍ତି ଯେ, ଏହି ଫିଲ୍ମ ଉପରେ ପ୍ରତିବନ୍ଧକ ଲଗାଇବା ଜରୁରି । ଏହାସହ ସେ ରାଜ୍ୟପାଳ ମନୋଜ ସିହ୍ନାଙ୍କ ସହ ସାକ୍ଷାତ କରିଥିବାର ସୂଚନା ଦେଇଛନ୍ତି । ଏହି ସମୟରେ ସେ ରାଜ୍ୟରେ ଆଇନ୍ ଶୃଙ୍ଖଳା ବିଷୟରେ ଆଲୋଚନା କରିଥିବା କହିଛନ୍ତି । ତେବେ ଗତ ସପ୍ତାହରେ ରାଜ୍ୟରେ ଅନେକ ହିଂସାର ଖବର ଆସିଛି ।

ଗଣାମାଧ୍ୟମ ସହ ସେ ଆଲୋଚନା କରି କହିଛନ୍ତି ଯେ, ଆମେ ରାଜନୀତି ନୁହେଁ ଲୋକମାନଙ୍କୁ ଆଶ୍ୱସନା ଦେବାକୁ ଚାହୁଁ । କିନ୍ତୁ ଆମକୁ ତାହା ମଧ୍ୟ କରିବାକୁ ରୋକାଯାଉଛି । ତେଣୁ କିପରି ସାମାନ୍ୟ ଅବସ୍ଥା ଫେରିବ, ଆଉ କିପରି ଜଣେ ଅନ୍ୟ ଜଣଙ୍କର ନିକଟତର ହେବେ । ତେବେ ଆମେ ନିକଟତର ହେବା ଲାଗି ଘୃଣାକୁ ଶେଷ କରିବାକୁ ହେବ ।

ଏହି ସାକ୍ଷାତକାର ବିଷୟରେ ଅବଦୁଲ୍ଲା କହିଛନ୍ତି, ‘ମୁଁ ଏହା ମଧ୍ୟ କହିଛି ଯେ ତୁୁମେ ଯେଉଁ କାଶ୍ମୀର ଫାଇଲ୍ସ ଫିଲ୍ମ କରିଛ। ଏହା କ’ଣ ସତ ଯେ ଜଣେ ମୁସଲମାନ ଜଣେ ହିନ୍ଦୁଙ୍କୁ ହତ୍ୟା କରିବ ଏବଂ ତା’ପରେ ସେ ରକ୍ତକୁ ଚାଉଳରେ ରଖି ପତ୍ନୀଙ୍କୁ କହିବ ତୁମେ ଏହା ଖାଅ, କ’ଣ ଏହା ହୋଇପାରେ, ଆମେ ଏତେ ଖସିପଡିଛୁ କି? ବୋଲି ସେ ପ୍ରଶ୍ନ କରିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି, ‘ଏହି ଚଳଚ୍ଚିତ୍ରଟି ଭିତ୍ତିହୀନ ଚଳଚ୍ଚିତ୍ର, ଯାହା କେବଳ ଦେଶରେ ଘୃଣା ସୃଷ୍ଟି କରିନାହିଁ ବରଂ ଆମ ଜବାନଙ୍କ ମଧ୍ୟରେ ଘୃଣା ସୃଷ୍ଟି କରିଛି ଯାହା ସେମାନେ ଆମ ପ୍ରତି କିପରି ଚିନ୍ତା କରୁଛନ୍ତି। ମୁସଲମାନମାନଙ୍କ ଉପରେ ହେଉଥିବା ଅତ୍ୟାଚାର ଭାରତର କୋଣ ଅନୁକୋଣରେ ଆମ ପିଲାମାନଙ୍କ ମନରେ ଏକ ପ୍ରଶ୍ନ ସୃଷ୍ଟି କରୁଛି। ଏହିପରି ଜିନିଷଗୁଡିକ ଶିଘ୍ର ବନ୍ଦ କରାଯିବା ଉଚିତ୍ ବୋଲି ସେ କହିଛନ୍ତି ।

 

 

 

Get real time updates directly on you device, subscribe now.