fbpx
BSKY
BJD SHG SKY
BJD YOUTH SKY

ଏମିତି ଦେଖାଦିଏ ଭିଟାମିନ୍ ଡି ଅଭାବର ଲକ୍ଷଣ, ଯାହା ଜଣାପଡେ ନାହିଁ

ଭୁବନେଶ୍ୱର :ଭିଟାମିନ୍ ଡି ଆମ ଶରୀର ପାଇଁ ଏକ ଜରୁରୀ ଭିଟାମିନ୍, ଯାହା ଆମ ହାଡକୁ ମଜବୁତ କରିଥାଏ ଏବଂ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରାଇଥାଏ । ଏହା ଆମ ଶରୀରକୁ ରୋଗ ଏବଂ ସଂକ୍ରମଣରୁ ଦୂରେଇ ରଖେ । ଦିନସାରା ଆମକୁ ଯେତିକି ଭିଟାମିନ୍ ଡି ଆବଶ୍ୟକ ପଡେ, ତାହା ଆମକୁ ସୂର୍ଯ୍ୟ କିରଣରୁ ମିଳେ । ଏହା ବ୍ୟତୀତ ଆମେ କିଛି ଖାଦ୍ୟରୁ ଭିଟାମିନ୍ ଡି ମଧ୍ୟ ପାଇଥାଉ ।
ଶରୀରରେ ଭିଟାମିନ୍ ଡି ର ସ୍ତର କିପରି ଜାଣିବେ?

What Are the Possible Health Benefits of Vitamin D? | Everyday Health

ଲୋକମାନେ ଭାବନ୍ତି ଯେ, ଶରୀରରେ ଭିଟାମିନ୍ ଡି ର ସ୍ତର ସଠିକ୍ ଅଛି କି ନାହଁ, ଜାଣିବା ପାଇଁ ରକ୍ତ ପରୀକ୍ଷା ହେଉଛି ଏକମାତ୍ର ଉପାୟ । କିନ୍ତୁ ଏହା ଠିକ୍ ନୁହେଁ । କିଛି ବର୍ଷ ପୂର୍ବରୁ ଲୋକମାନେ ଭିଟାମିନ୍ ଡି ର ମହତ୍ତ୍ୱ ବିଷୟରେ ଜାଣି ନଥିଲେ, କିନ୍ତୁ ବର୍ତ୍ତମାନ ସମସ୍ତେ ଏବିଷୟରେ ସଚେତନ ହେଲେଣି । ଶରୀରରେ ଭିଟାମିନ୍ ଡି ର ଅଭାବ ହାଡକୁ ନଷ୍ଟ କରି ଫମ୍ପା କରିପାରେ । ଆପଣ ହାଡ ଜନିତ କିଛି ଯନ୍ତ୍ରଣା ଅନୁଭବ କରି ପାରନ୍ତି । ଏହା ହେଉଛି ଭିଟାମିନ୍ ଡି ଅଭାବର ସଙ୍କେତ ହୋଇପାରେ ।

ଭିଟାମିନ୍ ଡି ଅଭାବର ଲକ୍ଷଣ

ଘାଁ ଠିକ୍ ହେବାରେ ସମୟ ଲାଗେ: ଭିଟାମିନ୍ ଡି ଶରୀରକୁ କ୍ଷତକୁ ବା ଘାଁକୁ ଭଲ କରିବାରେ ସାହାଯ୍ୟ କରେ । କିନ୍ତୁ ଏହାର ଅଭାବରେ କ୍ଷତ ଆରୋଗ୍ୟ ପ୍ରକ୍ରିୟାକୁ ମନ୍ଥର କରିପାରେ ବା ଶୀଘ୍ର କ୍ଷତ ଭଲ ହୁଏ ନାହିଁ । ମଧୁମେହ ରୋଗୀଙ୍କ ଉପରେ ହୋଇଥିବା ଅଧ୍ୟୟନ ଅନୁଯାୟୀ, ଯେଉଁମାନଙ୍କଠାରେ ଘାଁ ଶୁଖିବାରେ ବିଳମ୍ବ ହୁଏ , ସେମାନେ ଭିଟାମିନ୍ ଡି ସପ୍ଲିମେଣ୍ଟ ଗ୍ରହଣ କରିବା ଉଚିତ୍ ।

ଡିପ୍ରେସନ : ଭିଟାମିନ୍ ଡି ମାନସିକ ସ୍ଥିତିକୁ ପ୍ରଭାବିତ କରେ । ଶରୀରରେ ଭିଟାମିନ୍ ଡି ଅଭାବର ପାର୍ଶ୍ୱ ପ୍ରତିକ୍ରିୟା ହେଉଛି ଉଦାସୀନତା । ଏକ ଅଧ୍ୟୟନରୁ ଜଣାପଡିଛି, ବୃଦ୍ଧଙ୍କ ମନୋବଳ ଉପରେ ଭିଟାମିନ୍ ଡି ର ପ୍ରଭାବ ପଡେ । ଏଥିରୁ ବର୍ତ୍ତିବା ପାଇଁ ଭିଟାମିନ୍ ଡି ସପ୍ଲିମେଣ୍ଟକୁ ଖାଦ୍ୟରେ ସାମିଲ କରିବା ଆବଶ୍ୟକ ।

ଥକାପଣ: ସ୍ୱାସ୍ଥ୍ୟ ଜଟିଳତା ଭଳି ଥକ୍କାପଣ ଅନେକ ରୋଗର କାରଣ ହୋଇପାରେ । କିନ୍ତୁ ଭିଟାମିନ୍ ଡି ଅଭାବରେ ଏହା ମୁଖ୍ୟତଃ ମୁଣ୍ଡବିନ୍ଧା, ଭଲ ନିଦ ନ ହେବା ଏବଂ ହାଡ ଯନ୍ତ୍ରଣା ଭଳି ଲକ୍ଷଣ ଦେଖାଯାଏ ।

Get real time updates directly on you device, subscribe now.