fbpx

ଶୌଚାଳୟ ବ୍ୟବହାର ପାଇଁ ଦେବାକୁ ପଡିବ ନାହିଁ ଟଙ୍କା, ମାଗଣା ହେଲା ଶୌଚାଳୟ ସେବା

Advertisement

ଭୁବନେଶ୍ବର: ଏଣିକି ଆପଣ ରାଜ୍ୟର କୌଣସି ସହରରେ ଥିବା ଶୌଚାଳୟ ପାଇଁ ଦେବାକୁ ପଡିବ ନାହିଁ ଟଙ୍କା । ଏବେ ଆପଣ ମାଗଣାରେ ଶୌଚାଳୟଗୁଡ଼ିକୁ ବ୍ୟବହାର କରିବେ। ଏନେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହାସହିତ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ସହ ଏହାକୁ କଡ଼ାକଡ଼ି ଲାଗୁ କରିବାକୁ ନଗର ଉନ୍ନୟନ ବିଭାଗ ପକ୍ଷରୁ ସମସ୍ତ ମହାନଗର ନିଗମ କମିସନର ଏବଂ ମ୍ୟୁନିସପାଲଟି, ଏନ୍‌ଏସିର ନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ‌ଦିଆଯାଇଛି।

ସୂଚାନମୂତାବକ ପୂର୍ବରୁ ରାଜ୍ୟର ବିଭିନ୍ନ ସ୍ଥାନରେ ପବ୍ଲିକ ଟଏଲେଟ୍‌ରେ ପରିସ୍ରା/ଗାଧେଇବା ପାଇଁ ୫ଟଙ୍କା ଲେଖାଏ ଆଦାୟ ହେଉଥିବାବେଳେ ଝାଡ଼ା ଯିବା ପାଇଁ ୧୦ଟଙ୍କା ଲେଖାଏ ଆଦାୟ କରାଯାଉଥିଲା। ତେବେ ଏହା ଦ୍ୱାରା ମଧ୍ୟ ଲୋକଙ୍କୁ ଅସୁବିଧା ହେଉଥିଲା । ବର୍ତ୍ତମାନ ଏଥିରେ ନୂଆ ନିୟମ ଲାଗୁ କରାଯାଇଛି । ଏବେ ଶୌଚାଳୟ ସେବାରେ ଗୋଟେ ଟଙ୍କା ମଧ୍ୟ ଦେବାକୁ ପଡ଼ିବନି ।

ରାଜ୍ୟର ସମସ୍ତ ପବ୍ଲିକ ଓ କମ୍ୟୁନିଟି ଟଏଲେଟଗୁଡ଼ିକ ସମ୍ମୁଖରେ ସ୍ପଷ୍ଟ ଦୃଶ୍ୟମାନ ହେଉଥିବା ଡିସପ୍ଲେ ବୋର୍ଡ ଅବା କାନ୍ଥଲେଖା ରହିବ, ଯେଉଁଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫଟୋଚିତ୍ର ସହ ‘ମାଗଣା ଶୌଚାଳୟ ଉପଯୋଗ ’ ଲେଖିବା ନିମନ୍ତେ ରାଜ୍ୟ ଉନ୍ନୟନ ବିଭାଗ ନିର୍ଦ୍ଦେଶ ଦେଇଛି । ଆଉ ଶୌଚାଳୟ ପରିଚାଳନା ଓ ଡିସପ୍ଲେ ବୋର୍ଡ ଏବାବଦ ଅର୍ଥ ସ୍ୱଚ୍ଛ ଭାରତ ମିଶନ(ସହରାଂଚଳ) ପାଣ୍ଠିରୁ ଭରଣା କରାଯିବ ।

ରାଜ୍ୟର ଗୁଡ଼ିକରେ ଥିବା ଶୌଚାଳୟ ଉପଯୋଗ ନିମନ୍ତେ କୌଣସି ଅର୍ଥ ଦେବାକୁ ପଡ଼ିବ ନାହିଁ ବୋଲି ନଗର ଉନ୍ନୟନ ବିଭାଗ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି । ଯଦି କେହି ଶୌଚାଳୟ ଉପଯୋଗ ପାଇଁ ୟୁଜର୍ସ ଫି ଦାବି କରୁଛନ୍ତି, ତା’ହେଲେ ନଗର ଉନ୍ନୟନ ବିଭାଗର ‘ମୋ ସହର ସରକାର’ ହେଲପଲାଇନ ନମ୍ବର-୦୬୭୪ ୨୩୯୧୩୯୫ରେ ଅଭିଯୋଗ କରିବାକୁ ପରାମର୍ଶ ଦିଆଯାଇଛି।

Get real time updates directly on you device, subscribe now.