fbpx

WhatsAppରେ ଟି-୨୦ ବିଶ୍ୱକପର ମଜା: ୟୁଜରଙ୍କୁ ମିଳିବ ଏହିସବୁ ଫିଚର, ଜାଣନ୍ତୁ କେମିତି ବ୍ୟବହାର କରିବେ

ଓଡ଼ିଶା ଭାସ୍କର: ଟି-୨୦ ବିଶ୍ୱକପ ଏବେ ରୋମାଞ୍ଚକର ହେବାରେ ଲାଗିଛି । ତେଣୁ ସବୁଆଡ଼େ ବିଶ୍ୱକପକୁ ନେଇ ଚାଲିଛି ଆଲୋଚନା । ସୋସିଆଲ ମିଡିଆର ସମସ୍ତ ପ୍ଲାଟଫର୍ମରେ ବିଶ୍ୱକପକୁ ନେଇ ଅନେକ ଚଚ୍ଚା ଲାଗି ରହିଛି । ତେବେ ସବୁଠାରୁ ଲୋକପ୍ରିୟ ମେସେଜିଙ୍ଗ ଆପ୍ ହ୍ୱାଟ୍ସଆପ୍ ମଧ୍ୟ ଏହି ତାଲିକାରେ ସାମିଲ ହୋଇଛି । ଏଣିକି ହ୍ୱାଟ୍ସଆପରେ ମଧ୍ୟ ବିଶ୍ୱକପର ମଜା ନେଇପାରିବେ ୟୁଜର । ଏଥିପାଇଁ କମ୍ପାନୀ ତରଫରୁ ହ୍ୱାଟ୍ସଆପରେ ଏକ ନୂଆ ଷ୍ଟିକର ପ୍ୟାକ୍ ସାମିଲ କରାଯାଇଛି । ତେବେ ଆସନ୍ତୁ ଜାଣିବା ଏହାକୁ କିପରି ଡାଉନଳୋଡ କରିପାରିବେ ।

ହ୍ୱାଟ୍ସଆପରେ ବିଶ୍ୱକପ କ୍ରିକେଟର ମଜା ନେବା ପାଇଁ ନୂଆ ଷ୍ଟିକର ପ୍ୟାକ ‘World Of Cricket’ କମ୍ପାନୀ ଲଞ୍ଚ କରିଛି । ଏହାକୁ ସିଧାସଳଖ ଭାବରେ ହ୍ୱାଟ୍ସଆପର ଷ୍ଟିକର ପ୍ୟାକରୁ ଡାଉନଲୋଡ କରିପାରିବେ ୟୁଜର । ୟୁଜରମାନଙ୍କୁ ହ୍ୱାଟ୍ସଆପ୍ କହିଛି ଯେ, ‘ଷ୍ଟିକର ଡ୍ରପ୍-ୱାର୍ଲଡ ଅଫ୍ କ୍ରିକେଟ. କ୍ରିକେଟ ବିଶ୍ୱକପ ଆରମ୍ଭ ହୋଇସାରିଛି ଏବଂ ୟୁଜରଙ୍କ ଗ୍ରୁପ ଚାଟକୁ ଆହୁରି ମଜାଦାର କରିବା ପାଇଁ ଏକ ଷ୍ଟିକର ଆପ୍ ସାମିଲ କରାଯାଇଛି ।’ ଏହାକୁ ଡାଉନଲୋଡ କରି ଗ୍ରୁପ ଚାଟରେ ଏହାର ବ୍ୟବହାର କରିପାରିବେ ।

ବକ୍(Buck) ନାମକ ଏକ କମ୍ପାନୀ ଏହି ‘World Of Cricket’ ଷ୍ଟିକର ପ୍ୟାକ ତରଫରୁ ପ୍ରସ୍ତୁତ କରାଯାଇଛି । ଏଥିରେ ମୋଟ ୧୬ ଆନିମେଟେଡ ଷ୍ଟିକର ରହିଛି । ଏଥିରେ କ୍ରିକେଟ ମ୍ୟାଚର ବିଭିନ୍ନ ମୁହୂର୍ତ୍ତ ଏବଂ ସେଲିବ୍ରେସନ ସାମିଲ କରିଛି । ଏହି ଆନିମେଟେଡ ଷ୍ଟିକର ନିଜ ବନ୍ଧୁ ଏବଂ ପରିବାର ସହ ସେୟାର କରିପାରିବେ ।

କିପରି କରିବେ ଡାଉନଲୋଡ:

  • ନିଜ ହ୍ୱାଟ୍ସଆପ୍ ଖୋଲନ୍ତୁ ଏବଂ କୌଣସି ଚାଟ୍ ଖୋଲନ୍ତୁ
  • ଟେକ୍ସଟ ବକ୍ସରେ ଟ୍ୟାପ୍ କରନ୍ତୁ ଏବଂ ଇମୋଜି ଆଇକନ୍ ଚୟନ କରନ୍ତୁ
  • ଷ୍ଟିକର୍ସ ଅପ୍ସନକୁ ଯାଆନ୍ତୁ ଏବଂ ଷ୍ଟିକର ଷ୍ଟୋର ଖୋଲିବା ପାଇଁ (+) ଆଇକନରେ ଟ୍ୟାପ୍ କରନ୍ତୁ
  • ‘World Of Cricket’ ଅପ୍ସନକୁ ସର୍ଚ୍ଚ କରନ୍ତୁ ଏବଂ ଡାଉନଲୋଡ କରନ୍ତୁ

Get real time updates directly on you device, subscribe now.