fbpx

ଜର୍ମାନ କମ୍ପାନୀ ଆଣିଲା ବିଶ୍ୱର ପ୍ରଥମ AI ସ୍ମାର୍ଟଫୋନ: ଜାଣନ୍ତୁ, ଏଥିରେ କଣ ସବୁ ସୁବିଧା ରହିଛି

ନୂଆଦିଲ୍ଲୀ: AI ମାଧ୍ୟମରେ ଟେକ୍ନୋଲୋଜି ଦୁନିଆରେ ବହୁତ ପରିବର୍ତ୍ତନ ଦେଖିବାକୁ ମିଳିଛି। ସେହିପରି ସ୍ମାର୍ଟଫୋନ କ୍ଷେତ୍ରରେ ମଧ୍ୟ କିଛି ନୂଆ ନେଇ ଆସିଛି । ତେବେ ଏହା ମଧ୍ୟରେ ଜର୍ମାନର ଗୋଟିଏ କମ୍ପାନୀ ସ୍ମାର୍ଟଫୋନର ଏକ ନୂଆ କନସେପ୍ଟ ଡିଜାଇନ୍ ଉପସ୍ଥାପନ କରିଛି। କମ୍ପାନୀ ଉକ୍ତ ଫୋନ୍ ବିଷୟରେ ଅନେକ ତଥ୍ୟ ମଧ୍ୟ ଦେଇଛି। ଖାସ୍ କଥା ହେଉଛି ଏହା ଏକ ଆପ୍ ଫ୍ରି ସ୍ମାର୍ଟଫୋନ୍। ଏହାର ଅର୍ଥ ହେଉଛି ଏହି ଫୋନ୍ ବ୍ୟବହାର କରିବା ପାଇଁ କୌଣସି ଆପ୍ ଡାଉନଲୋଡ୍ କରି ପାଇଁ ପଡିବ ନାହିଁ । ଏହି ଫୋନ୍ AI ଟେକ୍ନୋଲୋଜିରେ ସଂପୂର୍ଣ୍ଣ ଭାବେ କାମ କରିବ ଏବଂ ସେଥିପାଇଁ ଏଥିରେ କୌଣସି ପ୍ରକାରର ଆପର ଆବଶ୍ୟକତା ପଡ଼ିବ ନାହିଁ।

ତେବେ Qualcomm ଏବଂ BrainAI  ସହଯୋଗରେ ଏହି ଫୋନ୍ ପ୍ରସ୍ତୁତ କରାଯାଇଥିବା ନେଇ ସୂଚନା ଦେଇଛି କମ୍ପାନୀ କତୃପକ୍ଷ। ଏହି ଜର୍ମାନ ଟେକ୍ କମ୍ପାନୀର ନାମ ହେଉଛି ଟି-ମୋବାଇଲ୍, ଯାହା ସ୍ମାର୍ଟଫୋନ୍ ଦୁନିଆରେ ଏହି ଅଭିନବ ଆପ୍ ମାଗଣା ସ୍ମାର୍ଟଫୋନ୍ ଉପସ୍ଥାପନ କରିଛି । ଆଜିକା ଦିନରେ ପଭୋକ୍ତାମାନଙ୍କୁ ପ୍ରତ୍ୟେକ ବର୍ଗର କାର୍ଯ୍ୟ ପାଇଁ ନିଜ ଫୋନରେ ଅନେକ ଆପ୍ ଇନଷ୍ଟଲ୍ କରିବାକୁ ପଡୁଛି ଏବଂ ବେଳେବେଳେ ହ୍ୟାକର୍ମାନେ ମଧ୍ୟ ସେହି ଆପ୍ ମାଧ୍ୟମରେ ଫୋନର ଗୋପନୀୟତା ଚୋରି କରିଥାନ୍ତି । ଏପରି ପରିସ୍ଥିତିରେ, ଏହି ଫୋନରେ ୟୁଜର୍ସଙ୍କୁ କୌଣସି ଆପ ଡାଉନଲୋଡ୍ କରିବା ପାଇଁ ପଡିବ ନାହିଁ ।

ସୂଚନା ଥାଉକି, ବାର୍ସିଲୋନାଠାରେ ଦୁନିଆର ସବୁଠୁ ବଡ଼ ଟେକ୍ ଇଭେଣ୍ଟ ଚାଲିଛି। ଏହି ଇଭେଣ୍ଟର ନାମ ହେଉଛି ମୋବାଇଲ୍ ୱାର୍ଲ୍ଡ କଂଗ୍ରେସ ଯଥା MWC-2024 । ଏଥିରେ ବଡ଼ ବଡ଼ ଟେକ୍ କମ୍ପାନୀଗୁଡିକ ନିଜ ନିଜର ସ୍ୱତନ୍ତ୍ର ଏବଂ ଇନୋଭେଟିଭ୍ ଟେକ୍ନୋଲୋଜି ଥିବା ପ୍ରଡକ୍ଟ ଲଞ୍ଚ କରିଥାନ୍ତି । ଏହି ଅବସରରେ ଟି-ମୋବାଇଲ୍ କମ୍ପାନୀ AI ମୋବାଇଲ ଉପସ୍ଥାପନା କରିଛି।

ତେବେ ଏଠାରେ କହି ରଖୁ ଯେ, ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସର ବ୍ୟବହାର ସହ ସାମାଜିକ ବିପଦ ମଧ୍ୟ ବଢୁଛି । କିନ୍ତୁ ଦିନକୁ ଦିନ AIର ବିଭିନ୍ନ ଆପ୍ଲିକେସନ୍ ପ୍ରତି ଚାହିଦା ବଢ଼ିବାରେ ଲାଗିଛି ।

 

Get real time updates directly on you device, subscribe now.