fbpx

ଟି -୨୦ ବିଶ୍ୱକପ୍: ଚାମ୍ପିଅନ୍ ହେବ ଏହି ଟିମ୍, ଭବିଷ୍ୟବାଣୀ କଲେ ଏବି ଡିଭିଲିୟର୍ସ

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ ପାଇଁ ୪ ଦଳ ସେମିଫାଇନାଲରେ ପହଞ୍ଚି ସାରିଛନ୍ତି । ଆସନ୍ତା କାଲି ଅର୍ଥାତ୍ ନଭେମ୍ବର ୯ ତାରିଖରେ ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ସେମିଫାଇନାଲ ମ୍ୟାଚ୍ ଖେଳାଯିବ । ଏବଂ ଭାରତ ଓ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍ ହେବ । ତେବେ ଏହି ଦୁଇ ଧମାକାଦାର ମୁକାବିଲା ପୁର୍ବରୁ ଦକ୍ଷିଣ ଆପ୍ରିକାର ପୁର୍ବତ୍ତନ ବ୍ୟାଟ୍ସମ୍ୟାନ୍ ଏବି ଡିଭିଲିୟର୍ସ ବଡ଼ ଭବିଷ୍ୟବାଣୀ କରିଛନ୍ତି । ମିଷ୍ଟର ୩୬୦ ଦୁଇଟି ଟିମ୍‌ର ନାଁ ନେଇଛନ୍ତି, ଯେଉଁମାନେ ଫାଇନାଲ ମ୍ୟାଚ୍ ଖେଳିବେ । ଏହା ସହିତ ସେ ଚାମ୍ପିୟନ ଟିମ୍‌ର ନାଁ ମଧ୍ୟ କହିଛନ୍ତି ।

ଏବି ଡିଭିଲିୟର୍ସ ବର୍ତ୍ତମାନ ଭାରତରେ ଅଛନ୍ତି । ଆଇପିଏଲରୁ ଅବସର ନେବା ପରେ ୨୦୨୨ ଆଇପିଏଲରେ ସେ ଭାଗ ନେଇ ନଥିଲେ । କିନ୍ତୁ ଆଗାମୀ ସିଜନରେ ସେ ବାଙ୍ଗଲୋର ଟିମ୍‌ର ମେଣ୍ଟର ଭୁମିକାରେ ନଜର ଅସିପାରନ୍ତି । ଚାଲିଥିବା ଟି-୨୦ ବିଶ୍ୱକପକୁ ନେଇ ଡିଭିଲିୟର୍ସ ଭବିଷ୍ୟବାଣୀ କରିଛନ୍ତି । ଗଣମାଧ୍ୟମ ସରବରାହ ସଂସ୍ଥା ଏଏନଆଇ ସହିତ କଥା ହୋଇ କହିଛନ୍ତି ଯେ, ମୋତେ ଲାଗୁଛି ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଫାଇନାଲ ମୁକାବିଲା ଖେଳାଯିବ । ଏବଂ ଭାରତ ବିଶ୍ୱକପ ଜିତିବ । କାରଣ ବିରାଟ କୋହଲି ଏବଂ ସୂର୍ଯ୍ୟକୁମାର ଯାଦବ ଶାନଦାର ଫର୍ମରେ ଅଛନ୍ତି । ଏହା ସହିତ ଭାରତ ଏକ ପ୍ରତିଭାଶାଳୀ ଟିମ୍ ଅଟେ ।

Get real time updates directly on you device, subscribe now.