fbpx
BJD SKY
BJD SKY

ଜମି ଘୋଟାଲା: ସସପେଣ୍ଡ ହେଲେ ତହସିଲଦାର ଓ ଅତିରିକ୍ତ ତହସିଲଦାର

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଜମି କେଳେଙ୍କାରୀ ମାମଲାରେ ସସପେଣ୍ଡ ହୋଇଛନ୍ତି ଦୁଇଜଣ ସରକାରୀ ବାବୁ । ବଲାଙ୍ଗିର ତହସିଲରେ ହୋଇଥିବା ଜମି କେଳେଙ୍କାରୀ ମାମଲାରେ ଏହି ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ରାଜ୍ୟ ସରକାର । ବଲାଙ୍ଗିର ତହସିଲଦାର ମଘବାନ ବାଗ, ଅତିରିକ୍ତ ତହସିଲଦାର ହରେକୃଷ୍ଣ ରାଉତଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି ।

ବଲାଙ୍ଗିର ଜିଲ୍ଲାପାଳଙ୍କ ରିପୋର୍ଟକୁ ଭିତ୍ତିକରି ରାଜ୍ୟ ସରକାର ଏହି ଦୁଇଜଣ ବାବୁଙ୍କୁ ସସପେଣ୍ଡ କରିଥିବା ଜଣାପଡ଼ିଛି । ଜିଲ୍ଲା ତହସିଲରେ ବେଆଇନ ଭାବେ ଜମି କେଳେଙ୍କାରୀ ଚାଲିଥିବା ନେଇ ନିକଟରେ ଚର୍ଚ୍ଚା ହୋଇଥିଲା । ପରେ ଏନେଇ ୨ ଜଣିଆ ଟିମ୍ ଗଠନ କରାଯିବା ସହ ତଦନ୍ତ କରାଯାଇଥିଲା । ଜିଲ୍ଲାପାଳ ରାଜ୍ୟ ସରକାରଙ୍କ ନିକଟକୁ ତଦନ୍ତ ରିପୋର୍ଟ ପଠାଇଥିଲେ । ରିପୋର୍ଟ ଆଧାରରେ ରାଜ୍ୟ ସରକାର ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ଜଣାପଡ଼ିଛି ।

ସୂଚନାଯୋଗ୍ୟ ଯେ, ଦିନକୁ ଦିନ ରାଜ୍ୟରେ ସରକାରୀ ବାବୁଙ୍କ ଠକାମି ବଢ଼ିବାରେ ଲାଗିଛି । ପ୍ରତ୍ୟେକ ଦିନ କେହି ନା କେହି ସରକାରୀ କର୍ମଚାରୀ ଲାଞ୍ଚ ମାମଲାରେ ଭିଜିଲାନ୍ସ ଜାଲରେ ପଡ଼ୁଛନ୍ତି । ପରବର୍ତ୍ତୀ ସମୟରେ ସରକାରୀ ବାବୁଙ୍କର ଅମାପ ଧନସମ୍ପତି ଠାବ ହେବା ସହ ସେମାନଙ୍କୁ ଜେଲ ପଠାଯାଉଥିବା ଦେଖାଯାଉଛି ।

Get real time updates directly on you device, subscribe now.