fbpx

ଜନ୍ମ ନିୟନ୍ତ୍ରଣ ବଟିକା ଖାଇବା ହୋଇପାରେ ବିପଜ୍ଜନକ… ଏହା ଶରୀର ଉପରେ ପକାଇଥାଏ ଏପରି ଖରାପ ପ୍ରଭାବ

ଆଜିକାଲି ଅଧିକାଂଶ ମହିଳା ଅବାଞ୍ଛିତ ଗର୍ଭଧାରଣକୁ ଏଡାଇବା ପାଇଁ ଗର୍ଭନିରୋଧକ ବଟିକା ବ୍ୟବହାର କରୁଛନ୍ତି । ଗର୍ଭଧାରଣକୁ ରୋକିବା ପାଇଁ ଜନ୍ମ ନିୟନ୍ତ୍ରଣ ବଟିକା ଏକ ସାଧାରଣ ଏବଂ ସୁବିଧାଜନକ ଉପାୟରେ ପରିଣତ ହୋଇଛି । କିନ୍ତୁ ବଟିକା ହର୍ମୋନ୍ ଭାବରେ କାମ କରେ ଏବଂ ଅଣ୍ଡାଦାନକୁ ରୋକିଥାଏ । ତେଣୁ ଏହି ବଟିକାକୁ ଲଗାତାର ଭାବରେ ଏବଂ ଦୀର୍ଘ ସମୟ ଧରି ଖାଇବା ଦ୍ୱାରା ଅନେକ ଶାରୀରିକ ସମସ୍ୟା ସୃଷ୍ଟି ହୋଇଥାଏ । କେତେକ ଜନ୍ମ ନିୟନ୍ତ୍ରଣ ବଟିକା ହେଉଛି ମିଶ୍ରଣ ବଟିକା । ସେଥିରେ ଦୁଇ କିମ୍ବା ଅଧିକ ହରମୋନ୍ ଏବଂ ମେଡିସିନ୍ ମିଶ୍ରିତ । ଏହିପରି ବଟିକା ବ୍ୟବହାର କରିବା ବିପଜ୍ଜନକ ପ୍ରମାଣିତ ହୋଇପାରେ । ଡାକ୍ତରଙ୍କ ପରାମର୍ଶ ବିନା ଟାବଲେଟ୍ ବ୍ୟବହାର କରାଯିବା ଉଚିତ୍ ନୁହେଁ ।

ଜନ୍ମ ନିୟନ୍ତ୍ରଣ ବଟିକା ବ୍ୟବହାର କରିବାର ବିପଦ :-
ରକ୍ତ ଜମାଟ ବାନ୍ଧିବା – ଜନ୍ମ ନିୟନ୍ତ୍ରଣ ବଟିକା ରକ୍ତ ଜମାଟ ବାନ୍ଧିବାର ଆଶଙ୍କା ବଢ଼ାଇଥାଏ । ଏହି ବଟିକା ଗୁଡିକରେ ଇଷ୍ଟ୍ରୋଜେନ୍ ଥାଏ, ଯାହା ରକ୍ତରେ ଜମାଟ ବାନ୍ଧିବା କାରକକୁ ବଢ଼ାଇଥାଏ । ଦୀର୍ଘ ଦିନ ଧରି ବଟିକା ବ୍ୟବହାର କଲେ ରକ୍ତ ଜମାଟ ବାନ୍ଧିପାରେ । ଧୂମପାନ କରୁଥିବା ମହିଳାମାନଙ୍କଠାରେ ଏହାର ବିପଦ ଅଧିକ ଥାଏ ।

ହୃଦ୍ ରୋଗ – କେତେକ ଅଧ୍ୟୟନରୁ ଜଣାପଡିଛି ଯେ ଜନ୍ମ ନିୟନ୍ତ୍ରଣ ବଟିକା ହୃଦଘାତର ଆଶଙ୍କାକୁ ବଢ଼ାଇପାରେ ।

ଉଚ୍ଚ ରକ୍ତଚାପ – ଜନ୍ମ ନିୟନ୍ତ୍ରଣ ବଟିକା ରକ୍ତଚାପ ବଢ଼ାଇପାରେ ।

ମୋଟାପଣ – କିଛି ମହିଳାଙ୍କଠାରେ ବଟିକା ହେତୁ ଓଜନ ବଢ଼ିଯାଏ ।

ପିରିୟଡ଼ରେ ସମସ୍ୟା – ବଟିକା ହେତୁ ପରିୟଡ଼୍ ବେଳେବେଳେ ଶୀଘ୍ର ଏବଂ ବେଳେବେଳେ ବିଳମ୍ବରେ ହୋଇପାରେ । କିଛି ମହିଳାଙ୍କର ଅଧିକ ରକ୍ତସ୍ରାବ ହୋଇଥାଏ ।

ମୁଡ୍ ସୁଇଙ୍ଗ୍ – କିଛି ମହିଳାଙ୍କଠାରେ ମୁଡ୍ ସମ୍ବନ୍ଧୀୟ ପରିବର୍ତ୍ତନ ଦେଖାଯାଏ ।

କ୍ୟାନ୍ସର – ଗର୍ଭାଶୟ, ସ୍ତନ ଏବଂ ଲିଭର କ୍ୟାନ୍ସର ହେବାର ଆଶଙ୍କା ବଢ଼ିପାରେ ।

ଏହି ମହିଳାମାନେ କଦାପି ଜନ୍ମ ନିୟନ୍ତ୍ରଣ ବଟିକା ଖାଇବା ଉଚିତ୍ ନୁହେଁ :-

-ଗର୍ଭବତୀ ମହିଳାମାନେ ଜନ୍ମ ନିୟନ୍ତ୍ରଣ ବଟିକା ଖାଇବା ଠାରୁ ଦୂରେଇ ରହିବା ଉଚିତ କାରଣ ଏହା ଗର୍ଭ ଏବଂ ଶିଶୁ ପାଇଁ କ୍ଷତିକାରକ ହୋଇପାରେ ।

-୪୦ ବର୍ଷ ବା ଏଥିରୁ ଅଧିକ ବୟସର ମହିଳାମାନେ ବଟିକା ଖାଇବା ଠାରୁ ଦୂରେଇ ରହିବା ଉଚିତ୍ ।

– ମଦ୍ୟପାନ, ସିଗାରେଟ୍ ଇତ୍ୟାଦି ସେବନ କରୁଥିବା ମହିଳାଙ୍କଠାରେ ବଟିକା ର ସାଇଡ୍ ଇଫେକ୍ଟ ହେବାର ଆଶଙ୍କା ଅଧିକ ।

-ମୋଟା ମହିଳାମାନେ କିଛି ବଟିକା ଖାଇବା ଠାରୁ ଦୂରେଇ ରହିବା ଉଚିତ୍ ।

-କେତେକ ମେଡିସିନ୍ ସହିତ ଜନ୍ମ ନିୟନ୍ତ୍ରଣ ବଟିକା ଖାଇବା କ୍ଷତିକାରକ ହୋଇପାରେ ।

Get real time updates directly on you device, subscribe now.