fbpx

ଚା ନଦେବାରୁ ସ୍ତ୍ରୀକୁ ତଲାକ୍,ଲକ୍ ଡାଉନ ବେଳେ ଘରୁ କଲେ ବିଦା

ଭୁବନେଶ୍ୱର,୧୫ ।୪(ଓଡିଶା ଭାସ୍କର): ସାଧାରଣ ଭାବେ ଆମ ଦେଶରେ ତଲାକ୍ ନେଇ ବହୁ ଅଜବ ଗଜବ କାରଣ ଶୁଣିବାକୁ ମିଳେ ।ଏବେ ପୁଣି ଆଉ ଏକ ନୂଆ କାରଣ ଆଗକୁ ଆସିଛି । ମହାଶୟ ଜଣଙ୍କର ଚା ପିଇବାକୁ ଇଚ୍ଛା ହେଲା ।ତ ପୁରା ନବାବୀ ଢ଼ଙ୍ଗରେ ନିଜ ପତ୍ନୀଙ୍କୁ ଏଥିପାଇଁ ଅର୍ଡର ଦେଲେ । ହେଲେ ଚାହା ମିଳିବାରେ ସମାନ୍ୟ ବିଳମ୍ବ ହେଲା ।ଆଉ ବାବୁଙ୍କ ରାଗ ପଂଚମକୁ ଉଠିଗଲା ।ସିଧା କହିଲେ ତଲାଗ,ତଲାଗ,ତଲାଗ ।ଆଉ ତାପରେ ପତ୍ନୀ ଓ ପିଲାକୁ ଲକ୍ଡାଉନ ଥିବା ସତ୍ତେ୍ୱ ଘରୁ ବିଦା କରିଦେଲେ । ଘଟଣାଟି ଘଟିଛି ଉତ୍ତରପ୍ରଦେଶର ବାରବାଙ୍କୀ ଜିଲ୍ଲାର ଏକ ଗାଁରେ ।୩ ବାସ୍ତବରେ ପୀଡିତା ୩ ବର୍ଷ ପୂର୍ବେ ହାଜି ଆଫଜଲଙ୍କୁ ବିବାହ କରିଥିଲେ। ଉଭୟଙ୍କର ମଧ୍ୟ ଦୁଇ ବର୍ଷର ପୁଅ ଅଛି ଜ୍ଝ ଡାର୍କଶା କହିଛନ୍ତି ଯେ ଆମର ବିବାହର ତିନି ବର୍ଷ ବିତିଗଲାଣି ଜ୍ଝ ଆମର ଏକ ପୁଅ ମଧ୍ୟ ଅଛି ଜ୍ଝ ଯେତେବେଳେ ସେ ମୋ ଠାରୁ ଚା ମାଗିଲେ, ମୁଁ ମୋ ପୁଅ ପାଇଁ ଏକ ବୋତଲ କ୍ଷୀର ତିଆରି କରୁଥିଲି ଜ୍ଝ ଏହି କାରଣରୁ, ମୁଁ ଚା ’ଦେଇପାରିଲି ନାହିଁ,

Get real time updates directly on you device, subscribe now.