fbpx

WHO ଉପରେ ରାଗ ସୁଝାଇଲା ଆମେରିକା, ପାଣ୍ଠି ଉପରେ ରୋକ୍

ଭୁବନେଶ୍ୱର,୧୫ ।୪(ଓଡିଶା ଭାସ୍କର): WHO ଉପରେ ଆମେରିକାର ରାଗ । ଯେତେବେଳେ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଦେଶରେ ତାଣ୍ଡବ ରଚିଛି କୋରୋନା, ସେତେବେଳେ WHO କୁ ନେଇ ଅତ୍ୟଧିକ ଖପ୍ପା ହୋଇଉଠିଛି ଆମେରିକା । କେବଳ ଦାୟୀ କରିନି, କାର୍ୟ୍ୟାନୁଷ୍ଠାନ ନେବା ମଧ୍ୟ ଆରମ୍ଭ କରିଛି । ଆଉ ଏହାର ପ୍ରଥମ ସୋପାନ ସଦୃଶ୍ୟ, ଉକ୍ତ ସଙ୍ଗଠନକୁ ଆମେରିକା ଯେଉଁ ପାଣ୍ଠି ଦେଉଥିଲା, ସେ ଉପରେ ରୋକ୍ ଲଗାଇଛି ।ଟ୍ରମ୍ପ ସ୍ପଷ୍ଟ କରିଛନ୍ତି ବୈଶ୍ୱିକ ସ୍ୱାସ୍ଥ୍ୟ ମାମଲାରେ ଆମେ ଜଣେ ଅନ୍ୟ ଦେଶ ସହ ସିଧାସଳଖ ମିଶି କାମ କରିବୁ । WHO କୁ ଫଣ୍ଡିଂ ବନ୍ଦ କରିବା ପାଇଁ ମୁଁ ମୋ ପ୍ରଶାସନକୁ ନିର୍ଦ୍ଦେଶ ଦେଇସାରିଛି । କେବଳ ଏତିକି ନୁହେଁ, ପୂର୍ବରୁ ଆମେ ଯେଉଁ ସବୁ ଫଣ୍ଡି ଦେଇଥିଲୁ, ସେନେଇ ମଧ୍ୟ ବିଚାର ବିମର୍ଷ କରୁଛୁ ।ଯେପର୍ୟ୍ୟନ୍ତ ମହାମାରୀକୁ ନେଇ ସଙ୍ଗଠନର ତ୍ରୁଟିପୂର୍ଣ୍ଣ ପରିଚାଳନା ଏବଂ ସଠିକ୍ ସମୟରେ ତଥ୍ୟ ନଦେବା ଘଟଣାର ତଦନ୍ତ ନହୋଇଛି, ସେପର୍ୟ୍ୟନ୍ତ WHO କୁ କୌଣସି ପ୍ରକାର ପାଣ୍ଠି ଦିଆଯିବନାହିଁ ।

Get real time updates directly on you device, subscribe now.