କାବୁଲ ନଦୀରେ ୩ ହଜାର ଲିଟର ମଦ ଢ଼ାଳିଲେ ତାଲିବାନ୍, ଦେଖନ୍ତୁ ଭିଡ଼ିଓ

କାବୁଲ: ଆଫଗାନିସ୍ତାନର ନୂଆ ତାଲିବାନ ସରକାରଙ୍କ ଖୁଫିୟାର ଏଜେନ୍ସି ଦେଶର ମଦ ବ୍ୟବସାୟ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେଉଛି । ଏହା ଅଧିନରେ ଜବତ ହୋଇଥିବା ପ୍ରାୟ ୩ ହଜାର ଲିଟର ମତ କାବୁଲ ନଦୀରେ ଢ଼ଳାଯାଇଛି । ଏହାର ଏକ ଭିଡିଓ ଏବେ ସାମ୍ନାକୁ ଆସିଛି । ଜିଡିଆଇ ଏହି ଭିଡିଓକୁ ନିଜ ଅଫିସିଆଲ ଟ୍ୱିଟର ଆକାଉଣ୍ଟରେ ଅପଡୋଲ କରିଛି । ଏଥିରେ ଖୁଫିୟା ଏଜେନ୍ସି ଦ୍ୱାରା ବିଭିନ୍ନ ସ୍ଥାନରୁ ଜବତ ହୋଇଥିବା ମଦକୁ ନଦୀରେ ଢଳାଯାଉଥିବାର ଦେଖିବାକୁ ମିଳିଛି ।

ଜିଡିଆଇ ରିବିବାର ଦିନ ଏହି ଭିଡିଓକୁ ଜାରି କରିଛି । ଏଥିରେ ଜଣେ ଧାର୍ମିକ ନେତା ବି ନଜର ଆସିଛନ୍ତି । ସେ କହିଛନ୍ତି ଯେ, ମୁସଲମାନଙ୍କୁ ମଦ ପିଇବା ଓ ପିଆଇବାରୁ ନିବୃତ୍ତ ରହିବା ଆବଶ୍ୟକ । ଏହାକୁ ବ୍ୟବସାୟରୁ ଦୂରେଇ ରଖିବା ଉଚିତ୍ । ଏହି ମାମଲରେ ୩ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।