fbpx

ତମନ୍ନା ଭାଟିଆ ସେୟାର କଲେ ସୌନ୍ଦର୍ଯ୍ୟ ସିକ୍ରେଟ, ଘରେ ବନାନ୍ତୁ ଏହି ସ୍କ୍ରବ

ହାଇଦ୍ରାବାଦ: ପ୍ରତ୍ୟେକଙ୍କ ହୃଦୟରେ ରାଜ କରନ୍ତି ତମନ୍ନା ଭାଟ୍ଟିଆ । ନିଜ ତ୍ୱାଚାର ସୌନ୍ଦର୍ଯ୍ୟରେ ସମସ୍ତଙ୍କ ମନ ଜିଣି ନିଅନ୍ତି ତମନ୍ନା । ଆଜି ତମନ୍ନାଙ୍କ ଫିଲ୍ମ ନୁହେଁ ତାଙ୍କ ବିୟୁଟି ସିକ୍ରେଟର ଚର୍ଚ୍ଚା ହେବାକୁ ଯାଉଛି । ତମନ୍ନା ଏକ ଭିଡ଼ିଓରେ କହିଛନ୍ତି ଯେ, ଘରେ ଥିଲାବେଳେ କିପରି ସେ ତ୍ୱାଚାର ଯତ୍ନ ନିଅନ୍ତି । ସେ ତାଙ୍କ ମାଆଙ୍କ ଠାରୁ ସ୍କ୍ରବ ବନାଇବା ଶିକ୍ଷିଥିଲେ । ଏହାକୁ ପ୍ରସ୍ତୁତ କରିବା ବହୁ ସହଜ ଏବଂ ଏହା ଡେଡେ ସ୍କିନ ସେଲ୍ସ ହଟାଇବାରେ ଉପଯୋଗୀ ହୋଇଥାଏ ।

ତମନ୍ନା ଯେତେବେଳେ ନିଜ କ୍ୟାରିୟର ଆରମ୍ଭ କରିଥିଲେ ସେତେବେଳେ ତାଙ୍କ ସ୍କିନ ଉପରେ ଅଧିକ କେମିକାଲ ୟୁଜ ହେଉଥିଲା । ହେଲେ ସେ ଘରକୁ ଆସିବା ପରେ ଏହି ସ୍କ୍ରବ ଲଗାଇ ମୁହଁ ସଫା କରୁଥିଲେ । ଏହାକୁ ବନାଇବା ଅତ୍ୟନ୍ତ ସହଜ । ଏଥିରେ ୩ଟି ଜିନିଷର ଆବଶ୍ୟକ ହୋଇଥାଏ, ଯଥା ଚନ୍ଦନ, ମହୁ ଓ କଫ । ଏହାକୁ ମିଶାଇ ମୁହଁରେ ଲଗାଇ ଆସ୍ତେ ଆସ୍ତେ ଘଷନ୍ତୁ । ଏହାପରେ ମୁହଁରେ ସେମିତି ୧୦ମିନିଟ ପର୍ଯ୍ୟନ୍ତୁ ରଖି ପରେ ମୁହଁକୁ ଧୋଇ ନିଅନ୍ତୁ ।

ଅହୁରି ୩ ପ୍ରକାର ଘରୋଇ ସ୍କ୍ରବକୁ ମଧ୍ୟ ବ୍ୟବହାର କରିପାରିବେ ।

-ଦହି ଏବଂ ଓଟ୍ସରେ ଭଲ ସ୍କ୍ରବ ବନାଯାଇପାରିବ । ଏଥିପାଇଁ ଦୁଇ ଚାମଚ ଦହିରେ ୨ଚାମଚ ଓଟ୍ସକୁ ମିଶାଇ ଦେଇ ୩ଚାମଚ ମହୁ ମିଶାଇ ସ୍କ୍ରବ କରନ୍ତୁ ।

-ଗ୍ରୀନ ଟି ପ୍ୟାକେଟକୁ ପାଣିରେ ଭିଜାଇ ଦିଅନ୍ତୁ । କିଛି ସମୟ ପରେ ତା ଭିତରେ ଥିବା ଟି କୁ ବାହାର କରି ସେଥିରେ ମହୁ ମିଶାଇ ସ୍କ୍ରବ କରି ବ୍ୟବହାର କରନ୍ତୁ । ଏହାକୁ ଆପଣ ଚାହିଁଲେ ଫେସ ମାସ୍କ ପରି ମଧ୍ୟ ବ୍ୟବହାର କରିପାରିବେ ।

-ଏକ ଚାମଚ ବ୍ରାଉନ ସୁଗାରେ ନଡ଼ିଆ ତେଲ ମିଶାଇ ଦିଅନ୍ତୁ । ଏହାକୁ ଆସ୍ତେ ଆସ୍ତେ ଫେସରେ ମସାଜ କରି ଧୋଇ ଦିଅନ୍ତୁ । ଏହାଦ୍ୱାରା ଚେହେରା ଏକ୍ସଫୋଲିଏଟ ହୋଇଯିବ । ଏହି ଫେସ ସ୍କ୍ରବ ଶୀତ ଦିନ ପାଇଁ ଲାଭଦାୟକ ।

Get real time updates directly on you device, subscribe now.