fbpx

(Video) ରିୟାଙ୍କ ରିସେପସନ ଭୋଜିରେ ମୁହାଁ ମୁହିଁ ହେଲେ ପ୍ରକୃତି ଓ ଅପରାଜିତା…

ଭୁବନେଶ୍ୱର: ବର୍ତ୍ତମାନ ବିବାହ ଋତୁ ଚାଲିଥିବା ବେଳେ ଅନେକ କଳାକାର ବିବାହ କରୁଛନ୍ତି । ଓଡ଼ିଆ ଚଳଚିତ୍ର ଜଗତର ଚର୍ଚ୍ଚିତ ନାୟିକା ରିୟା ମଧ୍ୟ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ତେବେ ଅଭିନେତ୍ରୀ ରିୟା ପ୍ରେମ ବିବାହ କରିଛନ୍ତି । ଗତ ୩୦ ତାରିଖରେ ସେ ବିବାହ କରିଥିବାବେଳେ ଗତକାଲି ଅର୍ଥାତ ଶୁକ୍ରବାର ତାଙ୍କର ରିସେପସନ ଭୋଜି ଥିଲା । ଯେଉଁଥିରେ ଓଡ଼ିଆ ସିନେମା ଜଗତର ନାମିଦାମି କଳାକାରମାନେ ପହଞ୍ଚିଛନ୍ତି ।

ତେବେ ରିୟାଙ୍କ ରିସେପସନ ଭୋଜିରେ ପ୍ରକୃତି ମିଶ୍ର ଏବଂ ଅପରାଜିତା ମହାନ୍ତି ମୁହାଁମୁହିଁ ହୋଇଛନ୍ତି । ଏଥିସହିତ ଉଭୟ ରିୟାଙ୍କ ସହ ଫଟୋ ଉଠାଇବା ସହ ଭୋଜି ମଧ୍ୟ ଖାଇଛନ୍ତି । ତେବେ ପାରିବାରିକ ବିବାଦ ପରେ ଏକାଠି ଗୋଟିଏ ବାହାଘର ଭୋଜିରେ ଭେଟେରାନ ଅଭିନେତ୍ରୀ ଅପରାଜିତା ମହାନ୍ତି ଏବଂ ଚର୍ଚ୍ଚିତ କଣ୍ଟ୍ରୋଭରସିଆଲ ଅଭିନେତ୍ରୀ ପ୍ରକୃତି ମିଶ୍ର ଦେଖା ହୋଇଛନ୍ତି ବୋଲି ସୂଚନା ମିଳିଛି ।

ବିଗତ ଦିନରେ ପ୍ରକୃତି ଏବଂ ଅପରାଜିତାଙ୍କର ପାରିବାରିକ ବିବାଦ ପୁରା ଓଡ଼ିଶାରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ଯେଉଁଥିପାଇଁ ପ୍ରକୃତି କୋର୍ଟର ଦ୍ୱାରସ୍ତ ମଧ୍ୟ ହୋଇଥିଲେ । ତେବେ ସେମାନଙ୍କର ଏହି ପାରିବାରିକ ବିବାଦ ପରେ ସମସ୍ତେ ଭାବୁଥିଲେ କି ଯେଉଁଠିକୁ ପ୍ରକୃତି ଯିବେ ସେଠାକୁ ଅପରାଜିତା କେବେ ବି ଯିବେ ନାହିଁ । କିନ୍ତୁ ଏହାକୁ ଅଭିନେତ୍ରୀ ଅପରାଜିତା ମହାନ୍ତି ଭୁଲ ପ୍ରମାଣିତ କରି ଦେଖାଇ ଦେଇଛନ୍ତି । ସେ ଚୁଲବୁଲି ନାୟିକା ରିୟାଙ୍କ ଭୋଜିରେ ଯାଇ ପହଞ୍ଚିଛନ୍ତି । ତେବେ ଭୋଜିରେ ଏହି ଦୁଇ ଅଭିନେତ୍ରୀଙ୍କୁ ଏକାଠି ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

Get real time updates directly on you device, subscribe now.