fbpx

କ୍ୟାନ୍ସର ନେଲା ଏହି ପପୁଲାର ଆକ୍ଟରଙ୍କ ଜୀବନ, ୬୨ ବର୍ଷରେ ଦୁନିଆରୁ ନେଲେ ବିଦାୟ

ନୂଆଦିଲ୍ଲୀ: ତାମିଲ ଫିଲ୍ମରେ ପପୁଲାର ଅଭିନେତା ବିଶେଶ୍ୱର ରାଓଙ୍କର ଅଚାନକ ମୃତ୍ୟୁ ଘଟିବାରୁ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଶୋକର ଛାୟା ଖେଳିଯାଇଛି । ଅଭିନେତା ମଙ୍ଗଳବାର ଦିନ ଶେଷ ନିଶ୍ୱାସ ନେଇଥିଲେ । ୬୨ ବର୍ଷ ବୟସରେ କ୍ୟାନ୍ସର କାରଣ ଯୋଗୁଁ ତାଙ୍କର ପରଲୋକ ଘଟିଛି । ବିଶେଶ୍ୱର ରାଓ ଫିଲ୍ମ ବ୍ୟତୀତ ଅନେକ ଧାରାବାହିକରେ ଅଭିନୟ କରି ଲୋକପ୍ରିୟତା ହାସଲ କରିଛନ୍ତି । ସେ ଅନେକ ଫିଲ୍ମରେ ସହାୟକ ଅଭିନେତା ଏବଂ କମେଡି ଭୂମିକାରେ ଅଭିନୟ କରି ପ୍ରସିଦ୍ଧତା ଲାଭ କରିଛନ୍ତି । ବିଶେଶ୍ୱର ରାଓଙ୍କୁ ଅଭିନେତା ସୂର୍ଯ୍ୟ ଅଭିନୀତ ଫିଲ୍ମ ପିତାମଗନ ରେ ଅଭିନେତ୍ରୀ ଲେଲାଙ୍କ ବାପାର ଭୂମିକା ପାଇଁ ପ୍ରକୃତ ପରିଚୟ ମିଳିଛି ।

ବିଶେଶ୍ୱର ରାଓ ନିଜ ଆକ୍ଟିଙ୍ଗ କ୍ୟାରିୟରର ଆରମ୍ଭ ୬ ବର୍ଷ ବୟସରେ କରିଥିଲେ । ସେ ୩୫୦ରୁ ଅଧିକ ଫିଲ୍ମରେ କାମ କରିଛନ୍ତି । ପ୍ରତ୍ୟେକ ଫିଲ୍ମରେ ସେ ଭିନ୍ନ-ଭିନ୍ନ ଚରିତ୍ରରେ ଅଭିନୟ କରିଛନ୍ତି । ସେ ତାମିଲ ଫିଲ୍ମ ବ୍ୟତୀତ ତେଲୁଗୁ ଫିଲ୍ମରେ ମଧ୍ୟ କାମ କରିସାରିଛନ୍ତି । ତେବେ ଆଜି ଏହି ଅଭିନେତାଙ୍କର ଅନ୍ତିମ ସଂସ୍କାର କରାଯିବ । ଏହି ଦୁଃଖଦ ମୂହୁର୍ତ୍ତରେ ତାଙ୍କ ପାଥ୍ରିବ ଶରୀରର ଦର୍ଶନ ପାଇଁ ତାଙ୍କ ଆବାସରେ ରଖାଯାଇଛି । ତାଙ୍କୁ ତାଙ୍କ ସଂପର୍କୀୟ ତଥା ତାଙ୍କ ସହ ଜଡ଼ିତ ସାଙ୍ଗସାଥୀ ସମ୍ବେଦନ ଜାହିର କରିଛନ୍ତି ।

Get real time updates directly on you device, subscribe now.