fbpx

(Video) ଆସିକା ଗେଷ୍ଟ ହାଉସକୁ ଅଲବିଦା ଜଣାଇଲେ ତପସ୍ୱିନୀ, ଏଣିକି ବ୍ରହ୍ମପୁରରେ ରହି ନ୍ୟାୟ ପାଇଁ ଲଢ଼େଇ କରିବେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ତପସ୍ୱିନୀ ଦାଶ ଓ ସୁମିତ ସାହୁଙ୍କ ଦାମ୍ପତ୍ୟ କଳହ ଇତିମଧ୍ୟରେ ଦିନକୁ ଦିନ ଜଟିଳତର ହେବାରେ ଲାଗିଛି । ପୂର୍ବରୁ ସୁମିତଙ୍କ ପକ୍ଷରୁ ମଗାଯାଇଥିବା ୭ ଦିନିଆ ଟାଇମ୍ ପିରିଅଡ୍ ସମାପ୍ତ ହୋଇଯାଇଥିବା ବେଳେ ଆଜି ଏସଡିଜେଏମଙ୍କ କୋର୍ଟରେ ରହିଛି ଶୁଣାଣି ତାରିଖ । ଏହି ଅବସରରେ ଆଜି ତପସ୍ୱିନୀ ଆସିକା ଚିନିଶିଳ୍ପ ଡାକବଙ୍ଗଳାକୁ ସବୁଦିନ ପାଇଁ ଅଲବିଦା ଜଣାଇଛନ୍ତି । ଏଣିକି ସେ ବ୍ରହ୍ମପୁରରେ ରହି ନ୍ୟାୟ ପାଇଁ ଲଢ଼େଇ ଜାରି ରଖିବେ ବୋଲି କହିଛନ୍ତି ।

ଗତକାଲି ସୁମିତଙ୍କର ଏକ ଅଡିଓ ରେକର୍ଡ ରିଲିଜ୍ ହୋଇଥିଲା । ତପସ୍ୱିନୀ ଅଯଥାରେ ସୁମିତଙ୍କୁ ବଦନାମ କରୁଥିବା ନେଇ ସୁମିତ ଅଡିଓ ମାଧ୍ୟମରେ ଅଭିଯୋଗ କରିଥିଲେ । ଏହାର ଜବାବରେ ତପସ୍ୱିନୀ କହିଥିଲେ ଯେ, ସୁମିତ ଯଦି ଅଯଥାରେ ବଦନାମ ହେଉଛନ୍ତି, ତେବେ ମୋତେ ନ ଜଣାଇ କାହିଁକି କାହିଁକି ଫେରାର ହୋଇଗଲେ । ଗୋଟିଏ ଝିଅର ଜୀବନକୁ ନଷ୍ଟ କରି ସେ କେବେ ବି ଶାନ୍ତିରେ ରହିବେ ନାହିଁ । ଏସଡିଜେଏମଙ୍କ ଉପରେ ମୋର ବହୁତ ଭରସା ଅଛି, ସେ ହିଁ ମୋତେ ନ୍ୟାୟ ପ୍ରଦାନ କରିବେ । ପୂର୍ବରୁ ମୋତେ ଗତ ୧୦ ତାରିଖରେ ଡାକ ବଙ୍ଗଳାରୁ ବାହାର କରାଯାଇଥିଲା । ଏତେଦିନ ଧରି ରହିବା ପରେ ଆଜି ମୋର ଶୁଣାଣି ତାରିଖ ଥିବାରୁ ମୁଁ ଏହି ସ୍ଥାନ ଛାଡ଼ିବାକୁ ନିଷ୍ପତ୍ତି ନେଇଛି । ଆସିକା ଛାଡ଼ିବା ପରେ ମୁଁ ମୋ ଶାଶୂଘରେ ରହିବାକୁ ଚେଷ୍ଟା କରିବି, ବାପଘରକୁ ଯିବାର ପ୍ରଶ୍ନ ଉଠୁନି । ଭଗବାନ ତ ଉପରେ ଅଛନ୍ତି, ବର୍ତ୍ତମାନ ଏସଡିଜେଏମ ସାର ମୋର ପ୍ରକୃତ ଭଗବାନ । ସେ ହିଁ ମୋର ଭାଗ୍ୟ ଲେଖିବେ, ମୋର କୋର୍ଟ ଉପରେ ବହୁତ ଭରସା ଅଛି ।

Get real time updates directly on you device, subscribe now.