fbpx

ଶାଶୁ ଘରକୁ ଯାଇପାରୁ ନଥିଲେ ତପସ୍ୱିନୀ: ବାହାରେ ପୋଲିସକୁ ଆଇନ ପାଠ ପଢ଼ାଇଲେ ଓକିଲ, ଦେଖନ୍ତୁ ଭିଡିଓ

ବ୍ରହ୍ମପୁର(ଓଡ଼ିଶା ଭାସ୍କର): ଡାକ୍ତର ସୁମିତ ଓ ତପସ୍ୱିନୀଙ୍କ ବୈବାହିକ ବିବାଦ ମାମଲାର ସମାଧାନ କରିଛନ୍ତି ଜିଲ୍ଲା କୋର୍ଟ । ଏଣିକି ସୁମିତଙ୍କ ସହ ତାଙ୍କ ବ୍ରହ୍ମାନଗର ଘରେ ହିଁ ତପସ୍ୱିନୀ ରହିବେ ବୋଲି ଗତକାଲି କୋର୍ଟ ରାୟ ଶୁଣାଇଛନ୍ତି । କୋର୍ଟଙ୍କ ରାୟ ପରେ ଥମୁନି ତପସ୍ୱିନୀ ଓ ସୁମିତଙ୍କ ବିବାଦ । କୋର୍ଟଙ୍କ ଅର୍ଡର ପରେ ତପସ୍ୱିନୀଙ୍କୁ ଘରେ ପୁରାଇ ନଥିଲେ ଶଶୁର । ଏନେଇ ତପସ୍ୱିନୀଙ୍କ ଓକିଲ ଓ ପୋଲିସଙ୍କ ମଧ୍ୟରେ ଯୁକ୍ତତର୍କ ହୋଇଥିଲା ।

ତେବେ ତପସ୍ୱିନୀ କୋର୍ଟ ଅର୍ଡର ପରେ ନିଜ ସ୍ୱାମୀ ଡାକ୍ତର ସୁମତିଙ୍କ ରହିବାକୁ ଘରକୁ ଯିବାକୁ ଚାହୁଁଥିଲେ । କିନ୍ତୁ କବାଟ ବନ୍ଦ ଥିବାରୁ ସେ ପୁଣି ବାହାରେ ବସିଥିଲେ । ଏହି ସମୟରେ ପୋଲିସ ଆସିବାରୁ ତପସ୍ୱିନୀଙ୍କ ଓକିଲଙ୍କ ସହ ତାଙ୍କର ଯୁକ୍ତିତର୍କ ହୋଇଥିଲା । ଏହି ସମୟରେ କୋର୍ଟଙ୍କ ଅର୍ଡର ସମ୍ପର୍କରେ ପୋଲିସକୁ ବୁଝାଇଥିଲେ ତପସ୍ୱିନୀଙ୍କ ଓକିଲ । ଡାକ୍ତରଙ୍କ ସ୍ତ୍ରୀ ହୋଇ ତପସ୍ୱିନୀ ରହିବେ ବୋଲି ଓକିଲ କହିଥିଲେ ।

Get real time updates directly on you device, subscribe now.