fbpx
BJD SKY
BJD SKY

(Video) ତପସ୍ୱିନୀର ବିଜୟ ନାରୀ ଜାତିର ବିଜୟ, ନ୍ୟାୟାଳୟ ଉଚିତ୍ ନ୍ୟାୟ ଦେଇଛନ୍ତି: ତପସ୍ୱିନୀଙ୍କ ମା’

BJD

ବ୍ରହ୍ମପୁର: ବହୁଚର୍ଚ୍ଚିତ ଡାକ୍ତର ସୁମିତ ଏବଂ ତପସ୍ୱିନୀ ପାରିବାରିକ ବିବାଦର ସମାଧାନ ହୋଇଛନ୍ତି । ଦୀର୍ଘ ୪୪ ଦିନ ଧରି ନ୍ୟାୟ ପାଇଁ ଲଢ଼ୁଥିବା ତପସ୍ୱିନୀଙ୍କ ସପକ୍ଷରେ କୋର୍ଟ ଆଜି ବଡ଼ ରାୟ ଦେଇଛନ୍ତି । ଏଣିକି ତପସ୍ୱିନୀଙ୍କ ସହ ବ୍ରହ୍ମାନଗର ଘରେ ହିଁ ରହିବେ ତପସ୍ୱିନୀ । ଏହା ସହ ଖର୍ଚ୍ଚ ପାଇଁ ପ୍ରତିମାସରେ ୧୭ ହଜାର ଟଙ୍କା ମଧ୍ୟ ଦେବାକୁ ସୁମିତଙ୍କ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ସେପଟେ ସୁମିତ ଏବଂ ତାଙ୍କ ପରିବାର ଲୋକ ଏସଡିଜେଏମ କୋର୍ଟଙ୍କ ରାୟକୁ ଚାଲେଞ୍ଜ କରିବା ସହ ହାଇକୋର୍ଟ ଯିବେ ବୋଲି କହିଛନ୍ତି ସୁମିତଙ୍କ ଓକିଲ । ସେପଟେ ତପସ୍ୱିନୀଙ୍କ ମା କହିଛନ୍ତି ଯେ ‘ତପସ୍ୱିନୀର ତପସ୍ୟା ସଫଳ ହୋଇଛି,୪୪ ଦିନ ଧରି ଅନେକ କଷ୍ଟ କରିଛି ତପସ୍ପିନୀ, କୁକୁର, ସାପ ସହ ଶୋଇଛି ମୋ ଝିଅ, ବହୁତ କଷ୍ଟ ପାଇଛି’ । ହେଲେ ଶେଷରେ ନ୍ୟାୟାଳୟ ଉଚିତ ନ୍ୟାୟ ଦେଇଛନ୍ତି । ତପସ୍ୱିନୀର ଜିତିବା ନାରୀ ଜାତିର ବିଜୟ । ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.