fbpx
BJD SKY
BJD SKY

ସୁମିତ ଫେରାର ହେବା ପରେ ଗେଷ୍ଟ ହାଉସ ବିଲ୍ ପୈଠ କଲେ ତପସ୍ୱିନୀ, ଦେଖନ୍ତୁ ଭିଡିଓ

BJD

ଗଞ୍ଜାମ: ସୁମିତ ଓ ତପସ୍ୱିନୀ ମାମଲାକୁ ନେଇ ଏବେ ଚର୍ଚ୍ଚା ଲାଗିରହିଛି । ଗୋଟିଏ ପଟେ କୋର୍ଟ ଉଭୟଙ୍କୁ ଏକା ସାଙ୍ଗରେ ରହିବାକୁ ନିର୍ଦ୍ଦେଶ ଦେଇଥିବାବେଳେ, ସୁମିତ କିନ୍ତୁ ୧୦ ତାରିଖ ଠାରୁ ଫେରାର ହୋଇଯାଇଛନ୍ତି । ଯାହାକୁ ନେଇ ଘଟଣା ଏବେ ନୂଆ ମୋଡ଼ ନେଉଛି ଆଉ ସମ୍ପର୍କକୁ ସଜାଡ଼ିବାରେ ଏବେ ପୁଣି ଉପୁଜିଛି ବାଧା । ସେପଟେ କିନ୍ତୁ ତାଙ୍କ ଓକିଲ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ସୁମିତ ଫେରାର ହୋଇନାହାଁନ୍ତି ସେ ବାଲିସିରାରେ ଅଛନ୍ତି ଏବଂ ଭଡ଼ା ଘର ଖୋଜୁଛନ୍ତି ।

ପୂର୍ବରୁ କୋର୍ଟ ସୁମିତ୍ ଓ ତପସ୍ୱିନୀଙ୍କୁ ୭ ଦିନ ପାଇଁ ଏକାଠି ରହିବାକୁ ନିର୍ଦ୍ଦେଶ ଦେବା ପରେ ଦୁହେଁ ଏକାଠି ରହିଥିଲେ । ଏହାପରେ ୯ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣିରେ ସୁମିତ କୋର୍ଟରେ ପକ୍ଷ ରଖିବାକୁ ଆଉ ୭ ଦିନ ସମୟ ମାଗିଥିଲେ । କୋର୍ଟ ମଧ୍ୟ ଏହାକୁ ମଞ୍ଜୁର କରିଥିଲେ । ହେଲେ ସୁମିତ୍ ହଠାତ୍ ୧୦ ତାରିଖଠାରୁ କେଉଁଆଡେ ପଳାଇ ଯାଇଛନ୍ତି ବୋଲି ଅଭିଯୋଗ କରିଛନ୍ତି ତପସ୍ୱିନୀ ।

ସେପଟେ କୋର୍ଟ ସୁମିତଙ୍କୁ ଦେଇଥିବା ନିର୍ଦ୍ଦେଶ ଅନୁଯାୟୀ ସୁମିତଙ୍କ ଗେଷ୍ଟ ହାଉସ ତଥା ସମସ୍ତ ଖର୍ଚ୍ଚ ବହନ କରିବାର ଥିଲା କିନ୍ତୁ ସୁମିତ ତାହାକୁ ପୈଠ କରିନାହାଁନ୍ତି । ଫଳରେ ତପସ୍ୱିନୀ ଆଜି ଗେଷ୍ଟ ହାଉସ ବିଲ୍ ପୈଠ କରିଛନ୍ତି ।

 

Get real time updates directly on you device, subscribe now.