fbpx

କରୋନା ମୁକାବିଲା ପାଇଁଁ କୋଟିଏ ଟଙ୍କା ପ୍ରଦାନ କଲେ ତାରା ପଟ୍ଟନାୟକ

ଭୁବନେଶ୍ୱର, ୨୪ା୩(ଓଡ଼ିଶା ଭାସ୍କର): ସାରା ବିଶ୍ୱରେ କରୋନା ଭାଇରସ୍ କାୟା ବିସ୍ତାର କରିବାରେ ଲାଗିଛି । ସମସ୍ତଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି କରୋନା । ଏହାରି ମଧ୍ୟରେ କରୋନା ମୁକାବିଲା ପାଇଁ ଫାଲକନ ଗ୍ରୁପ ଅଧକ୍ଷ ତାରାରଞ୍ଜନ ପଟ୍ଟନାୟକ ୧କୋଟି ଟଙ୍କା ଟଙ୍କା ପ୍ରଦାନ କରିଛନ୍ତି । ସେ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ଟଙ୍କା ପ୍ରଦାନ କରିଛନ୍ତି ।
ଉଲ୍ଲେଖଯୋଗ୍ୟ ଯେ ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ରିଲିଫ ପାଣ୍ଠିକୁ ନିଜର ୩ମାସର ଦରମା ଦାନ କରିଥିଲେ । ଏହାସହ କରୋନା ପ୍ରଭାବିତଙ୍କ ସହାୟତା ପାଇଁ ସ୍ୱତଃପ୍ରବୃତ୍ତ ଭାବେ ଦାନ କରିବାକୁ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଥିଲେ ।

Get real time updates directly on you device, subscribe now.