fbpx

(ଭିଡିଓ) ଭୁବନେଶ୍ୱରରେ ଯୁବତୀଙ୍କ ମୃତଦେହ ଉଦ୍ଧାର: ହତ୍ୟା ନେଇ ପୋଲିସର ଅନୁମାନ

ଭୁବନେଶ୍ୱର: ରାଜଧାନୀରେ ଚାଞ୍ଚଲ୍ୟ । ଭରତପୁର ତାରିଣୀ ବସ୍ତିରୁ ଉଦ୍ଧାର ହେଲା ଯୁବତୀ ମୃତଦେହ । ଭରତପୁର ଥାନା ଅନ୍ତର୍ଗତ ତାରିଣୀ ବସ୍ତିରେ ଯୁବତୀଙ୍କୁ ତଣ୍ଟି ଚିପି ହତ୍ୟା । ଗତକାଲି ବିଳମ୍ବିତ ରାତିରେ ଏଭଳି ଘଟଣା ଘଟିଥିବା ସୂଚନା ମିଳିଛି।

ମିଳିଥିବା ସୂଚନା ଅନୁଯାୟୀ, ସୁରେଖା ପଲେଇ ନାମକ ଯୁବତୀଙ୍କୁ ହତ୍ୟା କରାଯାଇଛି । ଭରତପୁର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିଛି । ସ୍ପେଶାଲ ସ୍କ୍ୱାର୍ଡ ଓ ସାଇଣ୍ଟିଫିକ ଟିମ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ଯାଞ୍ଚ କରିଛି । ସୂଚନା ଅନୁଯାୟୀ ମୃତ ସୁରେଖା ତାରିଣୀ ବସ୍ତିରେ ରହୁଥିବା ସମୟରେ ଘର ସାମ୍ନାରେ ରହୁଥିବା ଜଣେ ଯୁବକଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ବଢିଥିଲା । ଦୁହେଁ ଅଲଗା ଅଲଗା ଘର ଭଡା ନେଇଥିଲେ ମଧ୍ୟ ଅନେକ ସମୟରେ ଏକାଠି ରହୁଥିଲେ ଓ ଭୋଜିଭାତ କରୁଥିଲେ । ଉଭୟ ବିବାହ କରିବାର ସ୍ୱପ୍ନ ଦେଖିଥିଲେ । ଗତକାଲି ରାତିରେ କିନ୍ତୁ ସବୁ ଛାରଖାର ହୋଇଯାଇଥିଲା । ତାଙ୍କ ପୁରୁଷ ବନ୍ଧୁ ଓ ଅନ୍ୟ ଚାରିଜଣ ଘର ନିକଟରେ ଭୋଜିଭାତ କରିଥିଲେ ଓ ନିଶାର ବଶବର୍ତ୍ତୀ ହୋଇ ଯୁବତୀ ଜଣଙ୍କୁ ହତ୍ୟା କରାଯାଇଥିବା ପୋଲିସ ସନ୍ଦେହ କରୁଛି ।

Get real time updates directly on you device, subscribe now.