fbpx

ଆଜିଠୁ ଖୋଲିବ ମା’ ତାରିଣୀ ମନ୍ଦିର, କୋଭିଡ୍ କଟକଣା ମଧ୍ୟରେ ଦର୍ଶନ କରିବେ ଭକ୍ତ

AAKASH

ଘଟଗାଁ,(ଭାସ୍କର ନ୍ୟୁଜ୍): ଆଜିଠୁ କେନ୍ଦୁଝରର ଅଧିଷ୍ଠାତ୍ରୀ ଦେବୀ ତଥା ବିଶ୍ୱପ୍ରସିଦ୍ଧ ମା’ତାରିଣୀ ମନ୍ଦିର । ଏହା ସମେତ ଚର୍ଚ୍ଚ, ମସଜିଦ୍‌ ଓ ଗୁରୁଦ୍ୱାର ସମସ୍ତ ଧର୍ମାନୁଷ୍ଠାନ ଖୋଲିବା ନେଇ ଜିଲ୍ଲାପାଳ ଆଶିଷ ଠାକରେ ସୂଚନା ଦେଇଛନ୍ତି । ଧର୍ମାନୁଷ୍ଠାନ ଗୁଡିକର ଟ୍ରଷ୍ଟବୋର୍ଡ ଓ ପରିଚାଳନା କମିଟିର ସଦସ୍ୟମାନେ କୋଭିଡ୍‌ ଗାଇଡ୍‌ ଲାଇନ୍‌କୁ କଡାକଡି ପାଳନ କରିବେ ବୋଲି ସେ ନିର୍ଦ୍ଦେଶ ଦେଇଛନ୍ତି ।

କଟକଣା ନିୟମ ଅନୁଯାୟୀ, କେବଳ ବ୍ୟାରିକେଡ୍‌ ମଧ୍ୟରେ ଭକ୍ତମାନେ ଦର୍ଶନ କରିପାରିବେ । ଭୋଗ କିମ୍ବା ଅନ୍ୟାନ୍ୟ ସାମଗ୍ରୀ ଦେବାଦେବୀଙ୍କୁ ସମର୍ପଣ କରିପାରିବେ ନାହିଁ । ମାସ୍କ ପିନ୍ଧିବେ ଓ ଅତିକମ୍‌ରେ ୬ ଫୁଟ୍‌ ବ୍ୟବଧାନରେ ପ୍ରବେଶ କରିବେ । ଏକକାଳୀନ ୫ ଜଣରୁ ଅଧିକ ପ୍ରବେଶ କରିବେ ନାହିଁ । ଧର୍ମାନୁଷ୍ଠାନର ପ୍ରବେଶ ଓ ପ୍ରସ୍ଥାନ ପଥରେ ସାନିଟାଇଜର ବ୍ୟବସ୍ଥା ରହିବ । ଏହାସହିତ ନିୟମିତ ବ୍ୟବଧାନରେ ଧର୍ମାନୁଷ୍ଠାନ ପରିସରକୁ ସାନିଟାଇଜ୍‌ କରାଯିବ । ୬୫ ବର୍ଷରୁ ଉଦ୍ଧ୍ୱର୍ ଓ ୧୦ ବର୍ଷ ବୟସରୁ କମ୍‌ ଶିଶୁଙ୍କ ଦର୍ଶନ ପାଇଁ କଟକଣା କରାଯାଇଛି ।

Get real time updates directly on you device, subscribe now.