fbpx

ଜଙ୍ଗଲ ନିଆଁ ପାଇଁ ଟାସ୍କଫୋର୍ସ

ଭୁବନେଶ୍ୱର,୮ ।୩(ଓଡିଶା ଭାସ୍କର): ଜଙ୍ଗଲ ନିଆଁକୁ ଆୟତ୍ତ କରିବା ପାଇଁ ଗଠନ ହୋଇଛି ଟାସ୍କଫୋର୍ସ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦେଶାନୁସାରେ ଏହି ଟାସ୍କଫୋର୍ସ ଗଠନ କରାଯାଇଛି । ଟାସ୍କ ଫୋର୍ସର ଅଧ୍ୟକ୍ଷ ରହିଛନ୍ତି ପୂର୍ବତନ ପିସିସିଏଫ ସନ୍ଦୀପ ତ୍ରିପାଠୀ । ପୂର୍ବତନ ପିସିସିଏଫଙ୍କ ଅଧ୍ୟକ୍ଷତାରେ ରହିବେ ୯ ଜଣିଆ ଟାସ୍କଫୋର୍ସ । ୯ ଜଣିଆ ଟାସ୍କଫୋର୍ସ ରେ ଡେରାଡୁନ ଓ ହାଇଦ୍ରାବାଦର ୩ ବିଶେଷଜ୍ଞ ସାମିଲ ଅଛନ୍ତି । ଅତ୍ୟାଧୁନିକ ପ୍ରକ୍ରିୟାରେ ନିଆଁକୁ ଲିଭାଯିବ ଓ ଅଗ୍ନିକାଣ୍ଡର କାରଣ ଖୋଜିବ ଏହି ଟାସ୍କଫୋର୍ସ । ଜୈବ ବିବିଧତା ଓ ପ୍ରାଣୀଙ୍କ କ୍ଷତି ନେଇ ଅନୁଧ୍ୟାନ କରିବା ପରେ ସେନେଇ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ତେବେ ଫେବ୍ରୁଆରୀ ୧୫ରୁ ଜୁନ୍ ୧୫ ଯାଏଁ ଅଗ୍ନିଋତୁ ଭାବେ ବିବେଚନା କରାଯାଏ । ଏହି ସମୟରେ ଜଙ୍ଗଲ ନିଆଁକୁ ଲିଭାଇବା ପାଇଁ ବ୍ୟାପକ ବ୍ୟବସ୍ଥାମାନ କରିଛନ୍ତି ରାଜ୍ୟ ସରକାର ।

Get real time updates directly on you device, subscribe now.