fbpx

ବଦଳିବ ଏୟାର ଇଣ୍ଡିଆର ଭାଗ୍ୟ ଭବିଷ୍ୟ: ଏହି ବ୍ୟକ୍ତିଙ୍କ ନୂଆ ‘ମହାରାଜା’ ବନାଇଲା ଟାଟା

Advertisement

ନୂଆଦିଲ୍ଲୀ: ଏୟାର ଇଣ୍ଡିଆ ପାଇଁ ଏକ ବଡ ନିଷ୍ପତ୍ତି ନେଇଛି ଟାଟା ଗ୍ରୁଫ । କାମ୍ପବେଲ ୱିଲସନଙ୍କୁ ଏବେ ମହାରାଜାର ଟାଟା ଦେଇଛି ନୂଆ ଦାୟିତ୍ୱ । ଅର୍ଥାତ ଆଜିଠୁ ସେ ଏୟାରଲାଇନ୍ସର ନୂଆ ସିଇଓ ଏବଂ ଏମଡି । ତେବେ ଆସନ୍ତୁ ଜାଣିବା କିଏ ଏହି ୱିଲସନ ଏବଂ ଟାଟା ତାଙ୍କୁ ଏହି ପଦବୀ ଦେବା ପାଇଁ ବାଛିବାର କାରଣ କ’ଣ?

କ୍ୟାମ୍ପବେଲ ୱିଲସନଙ୍କ ପାଖରେ ଏବିଏସନ ଇଣ୍ଡଷ୍ଟ୍ରିକୁ ନେଇ ଗତ ୨୬ ବର୍ଷର ଅଭିଜ୍ଞତା ରହିଛି । ତେଣୁ ଟାଟା ଗ୍ରୁପ ଭରଷା କରିବା ସହ ଏହି ବଡ ଦାୟିତ୍ୱ ଦେଇଛି । ୱିଲସନଙ୍କ ହାତରେଦେଇଛି ଏୟାରଲାଇନ୍ସର ଆଗାମୀ ଭବିଷ୍ୟତ ଏବଂ ଦାୟିତ୍ୱ । ତେବେ ଏହା ପୂର୍ବରୁ ସ୍କୁଟ ଏୟାରଲାଇନ୍ସର ସିଇଓ ଭାବେ ଦାୟିତ୍ୱ ତୁଲାଇ ସାରିଛନ୍ତି ୧୯୯୬ ସିଙ୍ଗାପୁର ଏୟାରଲାଇନ୍ସରେ କ୍ୟାରିୟର ଆରମ୍ଭ କରିଥିବା ୱିଲସନ । ଏହାପରେ ସେ ସ୍କୁଟର ଆରମ୍ଭରୁ ୨୦୧୬ମସିହାରେ ପର୍ଯ୍ୟନ୍ତ କମ୍ପାନୀର ସିଇଓ ପଦରେ ରହିଥିଲେ ।

Air India के नए महाराजा बने Campbell Wilson

ଏହାପରେ ସିଙ୍ଗାପୁର ଏୟାରଲାଇନ୍ସରେ ସିନିୟର ବାଇସ ପ୍ରେସିଡେଣ୍ଟ ସେଲସ ଆଣ୍ଡ ମାର୍କେଟିଙ୍ଗ ଦାୟିତ୍ୱରେ ରହିଥିଲେ । ବିଭିନ୍ନ ଦାୟିତ୍ୱ ତୁଲାଉଥିବା ବେଳେ କମ୍ପାନୀ ପୁଣିଥରେ ତାଙ୍କୁ ସିଇଓ ପଦରେ ଭୂଷିତ କରଥିଲା ସ୍କୁଟ ଏୟାରଲାଇନ୍ସ । ତେବେ ଏୟାର ଇଣ୍ଡିଆର ସିଇଓ ଦାୟିତ୍ୱ ପାଇବା ପରେ ସେ କହିଛନ୍ତି. ଏହା ତାଙ୍କ ପାଇଁ ଏକ ସୌଭାଗ୍ୟର କଥା । କମ୍ପାନୀ ଯାତ୍ରୀମାନଙ୍କୁ ବିଶ୍ୱସ୍ତରୀୟ ସୁବିଧା ଏବଂ ପ୍ରଡକ୍ଟ ସହ ଭାରତୀୟ ବୋଲି ଅନୁଭବ ମଧ୍ୟ କରାଇବ ।

Get real time updates directly on you device, subscribe now.