fbpx
BSKY
BJD MC SKY
BJD YOUTH SKY

ଖୁବଶୀଘ୍ର ବାୟୁସେନା ପାଇଁ ବିମାନ ତିଆରି କରିବ ଟାଟା, ୪୦ଟି ଟ୍ରାନ୍ସପୋର୍ଟ ଏୟାରକ୍ରାଫ୍ଟ ନିର୍ମାଣ ପାଇଁ ଏୟାରବସ ସହ ଚୁକ୍ତି

ନୂଆଦିଲ୍ଲୀ: ଟାଟା ଗ୍ରୁପରTata advance system କମ୍ପାନୀ ଖୁବଶୀଘ୍ର ବାୟୁସେନା ପାଇଁ ତିଆରି କରିବ ବିମାନ । ଏଥିପାଇଁ କମ୍ପାନୀ ଏୟାରବସ ସହ ଏକ ଚୁକ୍ତି କରିଛି । ଏନେଇ ରତନ ଟାଟା ସୂଚନା ଦେଇଛନ୍ତି । ଭାରତୀୟ ବାୟୁସେନା ଏୟାରବସ ଠାରୁ ୫୬ ସି୨୯୫ ଏୟାରକ୍ରାଫ୍ଟ କିଣିବ । ତନ୍ମଧ୍ୟରୁ ୪୦ଟି ଏୟାରକ୍ରାଫ୍ଟ ଟାଟା ଆଡଭାନ୍ସ ତିଆରି କରିବ । ଯେତେବେଳେ କି ୧୬ଟି ବିମାନର ଡେଲିଭରି ଏୟାରବସ ଫ୍ଲାଇ-ଆୱେ ସର୍ତ୍ତ ସହ କରିବ । ଏହି ଟ୍ରାନ୍ସପୋର୍ଟ ବିମାନ ବାୟୁସେନାର ଏଭିଆର୍‌ଓ ବିମାନର ସ୍ଥାନ ନେବ । ବାୟୁସେନା ପାଇଁ ଘରୋଇ ସ୍ତରରେ ଆଜି ସୁଦ୍ଧା ଏୟାରକ୍ରାପ୍ଟ ତିଆରି କାର୍ଯ୍ୟ ପ୍ରମୁଖ ଭାବେ Hindustan Aeronautics Limited(HAL) କରିଥାଏ । ହେଲେ ପ୍ରଥମ ଥର ଦେଶର କୌଣସି ଘରୋଇ କମ୍ପାନୀ ବାୟୁସେନା ପାଇଁ ବିମାନ ନିର୍ମାଣ କରିବ ।

ଏୟାରବସ ଏହି ଚୁକ୍ତିନାମା ଲାଗୁ ହେବାର ୪ ବର୍ଷ ପରେ ବାୟୁସେନାକୁ ୧୬ଟି ବିମାନ ଯୋଗାଇବ । ବିମାନ ଏକ ସମୟରେ ୭୧ ଜଣ ଟ୍ରୁପ୍ କିମ୍ବା ୫୦ ପାରା ଟ୍ରୁପ୍‌ରଙ୍କୁ ନେବାର କ୍ଷମତା ବହନ କରିବ । କେବଳ ଏତିକି ନୁହେଁ, ଏହାର ଉପଯୋଗ ଡାକ୍ତରୀ ନିରାପତ୍ତା, ଲଜିଷ୍ଟିକ୍ସ, ସ୍ୱତନ୍ତ୍ର ମିଶନ, ବିର୍ଯ୍ୟୟ ପରିଚାଳନା ଏବଂ ସାମୁଦ୍ରିକ ସୀମା ରକ୍ଷା କ୍ଷେତ୍ରରେ କରାଯିବ । ଏହାର ଅନ୍ୟ ଏକ ବିଶେଷତ୍ୱ ହେଉଛି, ଏହା ଛୋଟ ବିମାନବନ୍ଦର ସଙ୍ଗେ ସଙ୍ଗେ ଦୁର୍ଗମ ଇଲାକାରେ ମଧ୍ୟ ଉଡାଣ ଭରି ପାରିବ । ଏହିସବୁ ବିମାନରେ ସ୍ୱଦେଶୀ ଇଲେକ୍ଟ୍ରିକ ୱାରଫେୟାର ସୁଟର ସୁବିଧା ରହିବ । ଏହା ବ୍ୟତୀତ ଦେଶର ପ୍ରଥମ ଥର ଏକ ପ୍ରାଇଭେଟ କମ୍ପାନୀ ଏୟାରକ୍ରାଫ୍ଟ ଉତ୍ପାଦନ ଠାରୁ ଆରମ୍ଭ କରି ଏହାର ଟେଷ୍ଟିଂ, ରକ୍ଷଣାବେକ୍ଷଣ, ଡେଲିଭରି ଏବଂ ପରିଚାଳନା କାର୍ଯ୍ୟ କରିବ । ଏହିଭଳି ଭାବେ ମୋଦି ସରକାରଙ୍କ ମହତ୍ତ୍ୱକାଂକ୍ଷୀ ମେକ୍‌ ଇନ୍‌ ଇଣ୍ଡିଆ ପ୍ରୋଗାମରେ ଏୟାରକ୍ରାଫ୍ଟ ମ୍ୟାନୁଫ୍ୟାକ୍ଚରିଂ ସେକ୍ଟରର ମଧ୍ୟ ପ୍ରଥମ ପ୍ରୋଜେକ୍ଟ ବନିବ।

Get real time updates directly on you device, subscribe now.