fbpx
BJD SKY
BJD SKY

ଦୀପାବଳି ପରେ SBI ଗ୍ରାହକଙ୍କ ଲଟେରୀ: ଏବେ ପ୍ରତି ମାସରେ ବ୍ୟାଙ୍କ ଗ୍ରାହକଙ୍କୁ ଦେବ ଟଙ୍କା, ଜାଣନ୍ତୁ କେତେ କରିବେ ରୋଜଗାର!

BJD

ନୂଆଦିଲ୍ଲୀ: ଦେଶର ସବୁଠାରୁ ବଡ଼ ସରକାରୀ ବ୍ୟାଙ୍କ ଏସବିଆଇ ଆପଣଙ୍କ ପାଇଁ ରୋଜଗାର କରିବାର ସୁଯୋଗ ଆଣିଛି । ଆଜି ଆମେ ଆପଣଙ୍କୁ ଏପରି ଏକ ସରକାରୀ ଯୋଜନା ବିଷୟରେ କହିବୁ, ଯାହା ମାଧ୍ୟମରେ ଆପଣ ପ୍ରତି ମାସରେ ରୋଜଗାର କରିବେ । ଏହି ଯୋଜନାର ବିଶେଷତ୍ୱ ହେଉଛି କି, ଏଥିରେ ଆପଣଙ୍କୁ ଏକଲକ୍ଷ ଟଙ୍କା ଜମା କରିବାକୁ ପଡିବ ଏବଂ ତା’ପରେ ଆପଣ ପ୍ରତି ମାସରେ ଇନକମ୍ କରିବେ ।

ପ୍ରତି ମାସରେ ରୋଜଗାର :-
ଏସବିଆଇର ଏହି ଯୋଜନାର ନାମ ହେଉଛି SBI Annuity Scheme । ଏହି ବ୍ୟାଙ୍କର ଯୋଜନାରେ ନିବେଶ କରି ଆପଣ ପ୍ରତି ମାସରେ ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ପାଇପାରିବେ । ଆପଣ କିପରି ପ୍ରତି ମାସରେ ରୋଜଗାର କରିପାରିେ. ଆସନ୍ତୁ ଜାଣିବା…

ସର୍ବନିମ୍ନ ଡିପୋଜିଟ୍ ସୀମା :-
ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆର ୱେବସାଇଟ୍ ଅନୁଯାୟୀ, ଏହି ଯୋଜନାରେ ୩୬, ୬୦, ୮୪ କିମ୍ବା ୧୨୦ ମାସ ପାଇଁ ଡିପୋଜିଟ୍ କରାଯାଇପାରିବ । ଆପଣ ଏହି ଯୋଜନାକୁ ଏସବିଆଇର ସମସ୍ତ ବ୍ରାଞ୍ଚରୁ ନେଇପାରିବେ । ଅବଶ୍ୟ ସର୍ବାଧିକ ଜମା ଉପରେ କୌଣସି ସୀମା ନାହିଁ । ଏଥି ସହିତ ସର୍ବନିମ୍ନ ବାର୍ଷିକ ମାସ ୧୦୦୦ ଟଙ୍କା ରହିଛି ।

କିଏ ଏହି ଆକାଉଣ୍ଟ ଖୋଲିପାରିବ :-
ଏଥିରେ ଗ୍ରାହକଙ୍କୁ ୟୁନିଭର୍ସାଲ ପାସବୁକ୍ ମଧ୍ୟ ଦିଆଯିବ । ଯେକୌଣସି ଭାରତୀୟ ନାଗରିକ ଏହି ଆକାଉଣ୍ଟ ଖୋଲିପାରିବେ । ନାବାଳିକାମାନେ ଏହି ଯୋଜନାର ସୁବିଧା ପାଆନ୍ତି । ଏହି ଆକାଉଣ୍ଟକୁ ଉଭୟ ଏକକ କିମ୍ବା ମିଳିତ ମୋଡରେ ଖୋଲାଯାଇପାରିବ ।

୧୦,୦୦୦ ରୋଜଗାର କରିବାକୁ କେତେ ନିବେଶ କରିବାକୁ ପଡିବ?
ଯଦି କେହି ଏହି ଯୋଜନାରେ ମାସିକ ୧୦ ହଜାର ଟଙ୍କା ଆୟ ଚାହୁଁଛନ୍ତି, ତେବେ ତାଙ୍କୁ ୫,୦୭,୯୬୪ ଟଙ୍କା ଜମା କରିବାକୁ ପଡିବ । ଏଥି ସହିତ, ଏହି ଜମା ରାଶି ଉପରେ ସେ ୭ ପ୍ରତିଶତ ସୁଧ ହାରର ରିଟର୍ଣ୍ଣ ପାଇବେ, ଯେଉଁଥିରୁ ନିବେଶକମାନେ ପ୍ରତି ମାସରେ ୧୦ ହଜାର ଟଙ୍କା ରୋଜଗାର କରିପାରିବେ ।

Get real time updates directly on you device, subscribe now.