fbpx
BSKY SKY
BSKY SKY

ସୌମ୍ୟଙ୍କ ସପକ୍ଷରେ ଭର୍ତ୍ତୃହରି; କହିଲେ ‘ଭିନ୍ନ ମତକୁ ଦିଆଯାଉ ସମ୍ମାନ’

BSKY

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ବିଜେଡି ବିଧାୟକ ତଥା ସମ୍ବାଦର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ସପକ୍ଷରେ ମତ ପ୍ରକାଶ କରିଛନ୍ତି ପୂର୍ବତନ ବିଜେଡି ସାଂସଦ ଭର୍ତ୍ତୃହରି ମହତାବ । ତଥାଗତ ନିଜର ସମ୍ପାଦକୀୟ ସ୍ତମ୍ଭ ଧ୍ୱନି ପ୍ରତିଧ୍ୱନିରେ ବରିଷ୍ଠ ସମ୍ପାଦକ ସୌମ୍ୟଙ୍କ ସପକ୍ଷରେ ମତ ପ୍ରକାଶ କରିଛନ୍ତି । ରାଜନୀତିରେ ଭିନ୍ନମତ ରହିବା ଆବଶ୍ୟକ । ତେଣୁ ଭିନ୍ନମତକୁ ଦଳ ବିରୋଧୀ କହିବା ପରିବର୍ତ୍ତେ ସମ୍ମାନ ଦିଆଯାଉ ବୋଲି ଭର୍ତ୍ତୃହରି ଲେଖିଛନ୍ତି । ସରକାରରେ ରହିଥିଲେ ହେଁ ସରକାରଙ୍କ ତ୍ରୁଟି ବିଚ୍ୟୁତି ଉପରେ ଗଠନ ମୂଳକ ମତାମତ ଦେବାକୁ ରାଜନୈତିକ ଦାୟିତ୍ୱବୋଧ ଭାବରେ ବିବେଚନା କରାଯିବା ଉଚିତ୍ । ମାତ୍ର ଏହାକୁ ଦଳବିରୋଧୀ କୁହାଯିବା ଦ୍ୱାରା ଏକ ଖରାପ ପରମ୍ପରା ସୃଷ୍ଟି ହେଉଛି ବୋଲି ଭର୍ତ୍ତୃହରି କହିଛନ୍ତି । ସେହିପରି ରାଜନୈତିକ ଦଳ ଗୁଡିକ ମଧ୍ୟ ଖରାପ ପରମ୍ପରା ସୃଷ୍ଟି କରୁଛନ୍ତି ବୋଲି ଭର୍ତ୍ତୃହରି ଲେଖିଛନ୍ତି । ମାଲିକ ଯେପରି ମ୍ୟାନେଜର/ ଗୁମାସ୍ତା ରଖି କମ୍ପାନୀ ପରିଚାଳନା କରନ୍ତି ରାଜନୈତିକ ଦଳ ଗୁଡିକର ପରିଚାଳନା ବ୍ୟବସ୍ଥା ମଧ୍ୟ ସମାନ ଭାବରେ ଚାଲିଥିବା ନେଇ ଭର୍ତ୍ତୃହରି କହିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ନିଜ ସମ୍ପାଦିତ ଦୈନିକ ଖବରକାଗଜରେ ବରିଷ୍ଠ ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ କରୋନା ପରିଚାଳନାକୁ ନେଇ ସରକାରଙ୍କୁ ସମାଲୋଚନା କରିଥିଲେ । ରାଜ୍ୟ ସରକାର ମୃତ୍ୟୁ ସଂଖ୍ୟା ଲୁଚାଇଛନ୍ତି ଯାହାକି ଆବଶ୍ୟକ ନଥିଲା ବୋଲି ସୌମ୍ୟ କହିଥିଲେ । ସୌମ୍ୟଙ୍କ ଏହି ମନ୍ତବ୍ୟ ସହିତ ରାଜନୈତିକ ହଟଚମଟ ମଧ୍ୟ ଦେଖିବାକୁ ମିଳିଥିଲା । ସୌମ୍ୟଙ୍କ ମତକୁ ଦଳବିରୋଧୀ ଦର୍ଶାଇ ଏହାକୁ ସମାଲୋଚନା ମଧ୍ୟ କରାଯାଇଥିଲା ।

Get real time updates directly on you device, subscribe now.