fbpx

ଭିଜିଲାନ୍ସ ଜାଲରେ ଟ୍ୟାକ୍ସ କଲେକ୍ଟର, ୨୫ ହଜାର ଲାଞ୍ଚ ନେଉଥିବା ବେଳେ…

ବରଗଡ଼(ଓଡ଼ିଶା ଭାସ୍କର) : ଭିଜିଲାନ୍ସ ପଞ୍ଝାରେ ଟ୍ୟାକ୍ସ କଲେକ୍ଟର । ବରଗଡ଼ ଜିଲ୍ଲା ପଦ୍ମପୁର ଏନ. ଏ.ସିର କାର୍ଯ୍ୟରତ ଟ୍ୟାକ୍ସ କେଲକ୍ଟର ହେଉଛନ୍ତି ଦିନବନ୍ଧୁ ପଣ୍ଡା । ଲାଞ୍ଚ ନେବା ବେଳେ ତାଙ୍କୁ ରେଡ ହ୍ୟାଣ୍ଡରେ ଧରିଛି ଭିଜିଲାନ୍ସ । ଦିନବନ୍ଧୁ ପଣ୍ଡା ଜଣେ ବ୍ୟକ୍ତିଙ୍କ ଠାରୁ ୨୫ ହଜାର ଟଙ୍କା ଲାଞ୍ଚ ନେବେବେଳେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି ।

ମିଳିଥିବା ସୂଚନା ଅନୁସାରେ, ହୋଲ୍ଡି ନମ୍ବର ସ୍ଥାନାନ୍ତର ,ବାର୍ଷିକ ହୋଲ୍ଡି ଟ୍ୟାକ୍ସ ହ୍ରାସ ପାଇଁ ଜଣେ ବ୍ୟକ୍ତିଙ୍କ ଠାରୁ ୨୫ ହଜାର ଟଙ୍କା ଲାଞ୍ଚ ମାଗିବା ଅଭିଯୋଗରେ ଭିଜିଲାନ୍ସ ଦିନବନ୍ଧୁଙ୍କୁ ଗିରଫ କରିଛି । ଦିନବନ୍ଧୁ ପଣ୍ଡାଙ୍କର ବରଗଡରେ ଥିବା ଦୁଇଟି ଜାଗା ଉପରେ ମଧ୍ୟ ଭିଜିଲାନ୍ସ ଚଢାଉ କରିଛି । ଭିଜିଲାନ୍ସ ବିଭାଗ ପକ୍ଷରୁ ଅଧିକରୁ ଅଧିକ ଖୋଳତାଡ ଚାଲିଛି । ବର୍ତ୍ତମାନ ସୁଦ୍ଧା କେତେ ସମ୍ପତ୍ତି ଜବତ ହୋଇଛି, ସେନେଇ କୌଣସି ସୂଚନା ମିଳିନାହିଁ ।

Get real time updates directly on you device, subscribe now.