fbpx

ଗାଈ ହାକୁଟି ମାରିଲେ ଟ୍ୟାକ୍ସ ଭରିବେ କୃଷକ: ସରକାର କାହିଁକି ଲାଗୁ କଲେ ଏହି ନିୟମ, କ’ଣ ରହିଛି କାରଣ

ନୂଆଦିଲ୍ଲୀ: ସାଧାରଣ ଭାବେ ଖାଇ ସାରିବା ପରେ ହାକୁଟି ମାରିବା ଅଧିକାଂଶ ଲୋକଙ୍କର ଅଭ୍ୟାସ ରହିଥାଏ । ତେବେ ଆପଣମାନେ କେବେ ଗାଈ ହାକୁଟି ମାରିବା ଦେଖିଛନ୍ତି କି? ଆପଣଙ୍କ ଗାଈ ଯଦି ହାକୁଟି ମାରିବ ତେବେ ଏଥିପାଇଁ ଆପଣଙ୍କୁ ଟ୍ୟାକ୍ସ ଦେବାକୁ ପଡ଼ିବ । କଥାଟି ଶୁଣିବା ପରେ ଯେ କେହି ବି ଚମକି ଉଠିବା ସ୍ୱାଭାବିକ । ତେବେ ଏହି କଥାଟି କିନ୍ତୁ ସମ୍ପୂର୍ଣ୍ଣ ସତ । ନିକଟରେ ଏକ ଦେଶରେ ଏଭଳି ଏକ ଅଜବ ନିୟମ ଲାଗୁ ହୋଇଛି ।

ନ୍ୟୁଜିଲାଣ୍ଡ ସରକାର ନିକଟରେ ଗାଈର ହାକୁଟି ଓ ଅନ୍ୟ ଗ୍ରୀନହାଉସ ଗ୍ୟାସର ନିର୍ଗମନ ଉପରେ ଟ୍ୟାକ୍ସ ଲଗାଇବାକୁ ଯୋଜନା କରିଥିଲେ । ଏହାକୁ ବିରୋଧ କରି ଦେଶର କୃଷକମାନେ ଦେଶବ୍ୟାପି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ସରକାରଙ୍କ ବିରୋଧୀ କୃଷକମାନେ ତାତି ଉଠିଛନ୍ତି । ଜଳବାୟୁ ପରିବର୍ତ୍ତନରୁ ନିସ୍ତାର ପାଇବା ପାଇଁ ଗତ ସପ୍ତାହରେ ସରକାର ନୂଆ କୃଷି କର ଲାଗୁ ନେଇ ପ୍ରସ୍ତାବ ଆଣିଥିଲେ । ସେଥିରେ ଗାଈର ହାକୁଟି ଉପରେ ଟ୍ୟାକ୍ସ ଲାଗିବା ନେଇ ଯୋଜନା କରାଯାଇଥିଲା ।

ଗାଈ ହାକୁଟି ମାରିବା ଦ୍ୱାରା ସେଥିରୁ ମିଥେନ ଗ୍ୟାସ ନିର୍ଗତ ହୋଇଥାଏ । ଉକ୍ତ ଗ୍ୟାସ ଦ୍ୱାରା ବାୟୁମଣ୍ଡଳରେ ପ୍ରଦୂଷଣର ମାତ୍ରା ବୃଦ୍ଧି ପାଇଥାଏ । ନ୍ୟୁଜିଲାଣ୍ଡରେ ଅଧିକାଂଶ ଲୋକ କୃଷି କ୍ଷେତ୍ର ସହିତ ଜଡ଼ିତ ଥାଆନ୍ତି । ଦେଶର ମୋଟ ଜନସଂଖ୍ୟା ପାଖାପାଖି ୫୦ ଲକ୍ଷ ହୋଇଥିବା ବେଳେ ସେଠାରେ ଏକ କୋଟିରୁ ଅଧିକ ଗାଈ, ମଇଁଷି ଏବଂ ୨.୬ କୋଟିରୁ ଅଧିକ ମେଣ୍ଢା ରହିଛନ୍ତି ।

ଦେଶର ମୋଟ ଗ୍ରୀନ ହାଉସ ଗ୍ୟାସ ନିର୍ଗମନର ପାଖାପାଖି ଅଧା ଜମିରୁ ଆସିଥାଏ । ଗାଈର ବାଛୁରୀ ହାକୁଟି ମାରିବା ଦ୍ୱାରା ମିଥେନ ଗ୍ୟାସ ବାୟୁମଣ୍ଡଳରେ ବୃଦ୍ଧି ପାଉଥିବା କୁହାଯାଇଥିଲା । ପଶୁମାନଙ୍କ ଦ୍ୱାରା ହେଉଥିବା ମିଥେନ ଗ୍ୟାସ ନିର୍ଗମନକୁ ଆସନ୍ତା ୨୦୩୦ ସୁଦ୍ଧା ୧୦ ପ୍ରତିଶତ ଓ ୨୦୫୦ ସୁଦ୍ଧା ୪୭ ପ୍ରତିଶତ ହ୍ରାସ ପାଇଁ ସରକାର ଯୋଜନା କରିଥିଲେ ।

Get real time updates directly on you device, subscribe now.