fbpx
BJD SKY
BJD SKY

ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା: କଳାକାର ଚୟନ ପାଇଁ ବାହାରିଲା ବିଜ୍ଞପ୍ତି

BJD

ବରଗଡ଼(ଓଡ଼ିଶା ଭାସ୍କର): ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଧନୁଯାତ୍ରାରେ କଳାକାର ଚୟନ ପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି । ମହାରାଜ କଂସ ଭୂମିକା ପାଇଁ ଆବେଦନ କରିପାରିବେ । ମହାମନ୍ତ୍ରୀ, ସାତ୍ତ୍ୟକୀ, ଚାଣୁର, ମୁଷ୍ଟିକ, ଅକ୍ରୁର, ଉଗ୍ରସେନ, ବସୁଦେବ, ଦେବକୀ, ନାରଦ, ସେନାପତି ଭୂମିକା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଅକ୍ଟୋବର ୨୨ରୁ ୩୧ ଭିତରେ ଗ୍ରହଣ କରାଯିବ ଆବେଦନ ପତ୍ର । ଜଣେ କଳାକାର ସର୍ବାଧିକ ୨ଟି ଭୂମିକା ପାଇଁ ଆବେଦନ କରିପାରିବେ ।

ତେବେ ଚଳିତ ବର୍ଷ ଧନୁଯାତ୍ରାରେ କଳାକାର ବାଛିବା ପାଇଁ ହେବ ଭୋଟ୍ ପ୍ରକ୍ରିୟା । ଅର୍ଥାତ ଭୋଟ୍ ମାଧ୍ୟମରେ କଳାକାରଙ୍କ ଚୟନ ହେବ । ତିନି ଦିନ ତଳେ କାର୍ଯ୍ୟକାରୀ କମିଟି ଓ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ଭୋଟିଂ ଜରିଆରେ ଏହି ନିଷ୍ପତ୍ତି ନିଆଯାଇଛି । ଚଳିତ ବର୍ଷ ଡିସେମ୍ବର ୨୭ରୁ ଆସନ୍ତାବର୍ଷ ଜାନୁଆରୀ ୬ ତାରିଖ ପର୍ଯ୍ୟନ୍ତ ହେବ ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା । ଏଥିପାଇଁ ଅକ୍ଟୋବର ୨୨ ତାରୁ ନୂଆ କଳାକାରଙ୍କ ଠାରୁ ଆବେଦନ ଗ୍ରହଣ କରାଯିବ ।

ଅଭିନୟ ପାଇଁ କଳାକାରଙ୍କ ଆବେଦନର ଶେଷ ତାରିଖ ଅକ୍ଟୋବର ୩୦ ଧାର୍ଯ୍ୟ କରାଯାଇଛି । ନଭେମ୍ବର ୧୦ ତାରିଖ ସୁଦ୍ଧା କଳାକାର ଚୟନ ପ୍ରକ୍ରିୟା ଶେଷ ହେବ । ଏଥର କଳାକାର ଚୟନ କମିଟିକୁ ମଧ୍ୟ ଭାଙ୍ଗି ଦିଆଯାଇ ନୂଆ ୭ ଜଣିଆ କମିଟି ଗଠନ କରାଯାଇଛି । ଏହି କମିଟି କଳାକାର ଚୟନ ପାଇଁ ଜଜ୍ ଭୂମିକା ତୁଲାଇବେ ।

Get real time updates directly on you device, subscribe now.