fbpx
BJD SKY
BJD SKY

ଗ୍ରାହକଙ୍କୁ ଦୀପାବଳି ଉପହାର ଦେଲା PNB : ବଡ଼ ଘୋଷଣା କଲା ବ୍ୟାଙ୍କ

BJD

ନୂଆଦିଲ୍ଲୀ: ଦେଶର ସର୍ବବୃହତ ସରକାରୀ ବ୍ୟାଙ୍କ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଦୀପାବଳି ଅବସରରେ ଗ୍ରାହକଙ୍କୁ ଏକ ବଡ଼ ଅଫର ଦେଇଛି । ପିଏନବି ଗ୍ରାହକଙ୍କ ପାଇଁ ପିଏନବି ୬୦୦ ଏଫଡି ଯୋଜନା ଆରମ୍ଭ କରିଛି । ଏହି ଅଫର ଅନୁଯାୟୀ ବ୍ୟାଙ୍କର ଗ୍ରାହକମାନେ ଏଫଡିରେ ବିପୁଳ ରିଟର୍ଣ୍ଣ ପାଇପାରିବେ ।

ଏଫଡି ୬୦୦ ଦିନ ଏଫଡି ସ୍କିମ୍ ଅଧୀନରେ ଗ୍ରାହକମାନଙ୍କୁ ୬.୫୦ ପ୍ରତିଶତରୁ ୭.୩୦ ପ୍ରତିଶତ ପର୍ଯ୍ୟନ୍ତ ସୁଧ ଦିଆଯାଉଛି । ବ୍ୟାଙ୍କ ତରଫରୁ ଟୁଇଟ୍ କରି ଏହି ଅଫର ବିଷୟରେ ସୂଚନା ଦିଆଯାଇଛି । ଏହି ଅଫର ସମ୍ବନ୍ଧୀୟ ସୂଚନା ପିଏନବିର ୱେବସାଇଟରେ ମଧ୍ୟ ରହିଛି ।

ପିଏନବି ୬୦୦ ଏଫଡି ସ୍କିମ୍ ଅଫର୍ ଅଧୀନରେ ସାଧାରଣ ଗ୍ରାହକମାନେ ୬.୫୦ ପ୍ରତିଶତ ସୁଧ ପାଇବେ ଏବଂ ବରିଷ୍ଠ ନାଗରିକମାନେ ସ୍ଥିର ଜମା ଉପରେ ୭ ପ୍ରତିଶତ ସୁଧ ପାଇବେ । ଏହା ବ୍ୟତୀତ ୮୦ ବର୍ଷରୁ ଅଧିକ ବରିଷ୍ଠ ନାଗରିକଙ୍କୁ ବ୍ୟାଙ୍କ ୭.୩୦ ପ୍ରତିଶତ ସୁଧ ପ୍ରଦାନ କରୁଛି । ବ୍ୟାଙ୍କର ଏହି ଅଫର କେବଳ ୨ କୋଟିରୁ କମ୍ ସ୍ଥିର ଜମା ଉପରେ ଦେଉଛି ।

Get real time updates directly on you device, subscribe now.