fbpx

ସଂକଟରେ TCS କର୍ମଚାରୀ, କମ୍ପାନୀକୁ ନୋଟିସ୍ ଜାରି କଲା ଆୟକର ବିଭାଗ

ନୂଆଦିଲ୍ଲୀ: ଦେଶର ସବୁଠାରୁ ବଡ଼ IT କମ୍ପାନୀ ଟାଟା କନସଲଟାନ୍ସି ସର୍ଭିସେସ୍ (TCS )କୁ ଇନକମ୍ ଟ୍ୟାକ୍ସ ଡିପାର୍ଟମେଣ୍ଟ ତରଫରୁ ନୋଟିସ୍ ଜାରି କରାଯାଇଛି । TCS କମ୍ପାନୀର ପ୍ରାୟ ୩୦ ହଜାର କର୍ମଚାରୀଙ୍କୁ ଲକ୍ଷେ ଟଙ୍କା ପର୍ଯ୍ୟନ୍ତ ଟ୍ୟାକ୍ସ ଡିମାଣ୍ଡ ନୋଟିସ୍ ଜାରି କରାଯାଇଛି ।

ଏକ ରିପୋର୍ଟରୁ ପ୍ରକାଶ TCS କମ୍ପାନୀର ପ୍ରାୟ ୩୦ ହଜାର କର୍ମଚାରୀଙ୍କୁ ଆୟକର ବିଭାଗ ତରଫରୁ ନୋଟିସ୍ ଜାରି ହେଲା ପରେ ସେମାନଙ୍କୁ କମ୍ପାନୀ ତରଫରୁ ଗୁରୁବାର ଏକ ଇ-ମେଲ ପଠାଯାଇଥିଲା । ଏଥିରେ ଉଲ୍ଲେଖ ରହିଛି କି ଆୟକର ବିଭାଗ ତରଫରୁ ସ୍ପଷ୍ଟୀକରଣ ନ ମିିଳିବା ପର୍ଯ୍ୟନ୍ତ ସେମାନେ ଏହି ଟ୍ୟାକ୍ସ ଡିମାଣ୍ଡ୍ ପୈଠ କରିବେ ନାହିଁ । ଅନ୍ୟ ଏକ ଇମେଲରେ ଦର୍ଶାଯାଇଥିଲା କି ଆୟକର ବିଭାଗ ସମ୍ବନ୍ଧୀୟ କର୍ମଚାରୀଙ୍କ ରିଟର୍ଣ୍ଣକୁ ପୁନଃ ପ୍ରୋସେସ୍ କରିବ । ତେବେ ଟିସିଏସ୍ କମ୍ପାନୀ ପକ୍ଷରୁ ଏନେଇ କୌଣସି ଅଧିକାରିକ ପ୍ରତିକ୍ରିୟା ପ୍ରକାଶ ପାଇ ନାହିଁ । କହିରଖୁଛୁ ୨୦୨୩-୨୪ ଆର୍ଥିକ ବର୍ଷର ୪ର୍ଥ ତ୍ରୈମାସିକର TDS ସହ ଜଡ଼ିତ ।

Get real time updates directly on you device, subscribe now.